STORYMIRROR

Bibhuti Bhusan Mohanty

Tragedy Fantasy Inspirational

4  

Bibhuti Bhusan Mohanty

Tragedy Fantasy Inspirational

ବିଦାୟ ନିଅ ହେ କରୋନା

ବିଦାୟ ନିଅ ହେ କରୋନା

1 min
209

ବିଶ୍ୱ ଯଦି କିଛି ଭୁଲ ଟେ କରିଛି

କ୍ଷମା କରିଦିଅ ବିଶ୍ୱବାସୀଙ୍କୁ

ନେଇ ସାରିଲଣି କେତେଯେ ମୁଣ୍ଡ 

ଆଉ ମାରନାହିଁ ଆମମାନଙ୍କୁ ।


ନେଇଗଲ ତୁମେ ବାପା,ମାଆଙ୍କୁ

କୋଳର ଛୁଆଟି ଅନାଥ ଆଜି, 

ସ୍ୱାମୀ ବିନା ସ୍ତ୍ରୀ କାନ୍ଦେ କଇଁ କଇଁ 

ଦେଖା ଯାଉନି କି ବୁଜିଛ ଆଖି...

କି ଲାଭ ପାଉଛ ଭକ୍ଷକ ସାଜି?


ଭୋକରେ ମରୁଛି ଦିନ ମଜୁରିଆ

ମୃତ୍ୟୁର ତାଣ୍ଡବ ଘରେ ତା ଆଜି

ପିଲାଙ୍କ ଭବିଷ୍ୟ ଅନ୍ଧାରେ ହଜିଛି

ବିଦ୍ୟାଳୟ ଶିକ୍ଷା ଗଲାକି ହଜି?


ସମଗ୍ର ପୃଥିବୀ କ୍ଷମାପାର୍ଥି ଆଜି

ତ୍ରାହି ମା' ତ୍ରାହି ମା' ଶୁଭେ ଯେ ସ୍ୱର

ଦଶ ଦୋଷ କ୍ଷମା କର ହେ କରୋନା

ବିଶ୍ବରୁ ବିଦାୟ ନିଅ ଏଥର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy