Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Ojha

Comedy Others

3  

Santosh Kumar Ojha

Comedy Others

ଶୀତ ଉତ୍ସବ

ଶୀତ ଉତ୍ସବ

1 min
163


ଆସନ୍ତେ ପଉଷ ଶୀତର ପରଶ

      ଛୁଇଁ ଯାଏ ତନୁ ମନ

ଉଷୁମୁ ସବିତା   ଶିଶିର ମୁକୁତା

      କ୍ଷେତରେ ପାଚିଲା ଧାନ ।

କିଏ ଖୋଜୁ ଥାଏ ବୁଗୁଚା ଭିତରୁ

      ସାଇତା ଶୀତ ବସନ

ଆଉ କିଏ ବୁଲେ ଦୋକାନ ଦୋକାନ

       କିଣି ବାକୁ ପୁରା ନୂତନ ।

କିଏ ରୁଚି ରଖେ ଭ୍ରମଣରେ ବେଶି

      କିଏ ଖୋଜେ ବଣ ଭୋଜି

କିଏ ଖାଏ କରି  ପିଠା ପଣା ଖିରି

       କିଏ ଆଣେ ମୁଆଁ ଖୋଜି ।

କିଏ ଉଡ଼ଉଚି କାଗଜ ର ଗୁଡ଼ି

       କିଏ ସେକି ହୁଏ ଧୁନିରେ

କିଏ ଖୁସି ହୁଏ ଯାନି ଯାତରା ରେ

     କେ ବୁଲେ ମକର ମୁନୀରେ ।

ଘରେ ଘରେ ହୁଏ  ବକୁଳ ଅମିଶା

       ବଉଳ ଗୁଡ଼ିର ପିଠାରେ

କିଏ ପାଳୁ ଥାଏ  ବଡ଼ଦିନ ପର୍ବ

       ନୂଆ ବର୍ଷ ନୂଆ ମିଠାରେ ।

କିଏ ଖୋଜୁ ଥାଏ ଚନ୍ଦ୍ରଭାଗା କୂଳ

        ବୁଡ଼ ପକେଇବ ବିଧିରେ

ଆଉ କିଏ ଖୋଜେ ଅଘିରା ଜାଳିବ

        ଅଲେଖ ମହିମା ଗାଦିରେ ।

ଭୋଜି ଭାତେ ସରେ  ଶୀତର ଉତ୍ସବ

         ନଗର କୀର୍ତ୍ତନ ସାଥିରେ

ସବୁଠୁ ନିଆରା ବାହାଘର ମଜା

         ହାଡ଼ ଭଙ୍ଗା ଶୀତ ରାତିରେ ।

             



Rate this content
Log in

Similar oriya poem from Comedy