STORYMIRROR

Binata Mohanta

Comedy

3  

Binata Mohanta

Comedy

ଦୋଳ ପର୍ବ ଅଟେ ବନ୍ଧୁ ଏକତାର ସୂତ୍ର

ଦୋଳ ପର୍ବ ଅଟେ ବନ୍ଧୁ ଏକତାର ସୂତ୍ର

1 min
273

ରାଧାକୃଷ୍ଣଙ୍କର ଦେଇ ଉଦାହରଣ

   ମୋ ଦେହେ ମାରିଲ ରଙ୍ଗର ବାଣ

          ରଙ୍ଗ ପାଣିରେ ମୋତେ ଭିଜାଇ

          ସାଧୁ ବନୁଛ ପ୍ରିୟ ତମେ କିମ୍ପାଇଁ   ।। 


   ଅଙ୍ଗେଅଙ୍ଗେ ମୋର ଅବିର ବୋଳି

   ଦେଖି ତମ ପ୍ରେମ ନିଜକୁ ନପାରେ ସମ୍ଭାଳି 


           ମୁଁ ବି ରଙ୍ଗିଲି ତମ ସାଥିରେ

           ରଙ୍ଗ ଧରି ବାହାରିଲି ଖେଳି ସାଙ୍ଗରେ ।। 


    ଚିହ୍ନା ଅଚିହ୍ନା କେତେ ନୂଆ ପୁରୁଣା ସାଙ୍ଗ

    ସବୁ ସାଙ୍ଗଙ୍କର ଅଲଗା ଅଲଗା ଢଙ୍ଗ

           ବଡସାନ,ରାଗରୋଷ ମନେ କିଛି ନମଣି

           ରଙ୍ଗ ଖେଳେ ବ୍ୟସ୍ତ ତମ ରାଧା ରାଣୀ ।। 


    ମିଶି ସାଙ୍ଗ ସାଥି ସଭିଙ୍କ ସଙ୍ଗେ

    ରଙ୍ଗେଇଲୁ ଆମେ ଫଗୁଣ ରଙ୍ଗେ   

             ମନ ପ୍ରାଣ ଭରି ଖେଳିଲୁ ରଙ୍ଗ

             ବର୍ଷକରେ ଦିନେ ସଭିଏଁ ସାଙ୍ଗ  ।। 


     ରଙ୍ଗ ବୋଳା ଶରୀର ଦିଶେ ଚିତ୍ର ବିଚିତ୍ର

     ଦୋଳ ପର୍ବ ଅଟେ ବନ୍ଧୁ ଏକତାର ସୂତ୍ର

              ଗୁରୁଜନ ସଭିଙ୍କଠୁ ଲଭି ଆଶୀର୍ବାଦ

       ଦିନ ତମାମ ଖେଳର ପଡ଼ିଲା ପୂର୍ଣ୍ଣଛେଦ ।। 


                                 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy