STORYMIRROR

priyambada samal

Comedy

3  

priyambada samal

Comedy

ମଡର୍ଣ୍ଣ ପିଢି

ମଡର୍ଣ୍ଣ ପିଢି

1 min
227


ଅ, ଆ, ଯୁକ୍ତାକ୍ଷର, 

ବର୍ଣ୍ଣବୋଧ ଛାଡି

 A, B, C, D ପଢି

ଚଳାଉଛୁ ଆମେ

ବୁଲେଟ୍ ଗାଡି

ଆମେ ମଡର୍ଣ୍ଣ

ଯୁଗର ପିଢି। 

ବାପା ବୋଉ

ଡାକ ଛାଡି

ଡାକୁଛନ୍ତି

ମମି,ଡାଡି

ଆମେ ମର୍ଡ଼ର୍ଣ୍ଣ

ଯୁଗର ପିଢି। 

ପ୍ରଣାମ, ନମସ୍କାର

କୁଆଡେ ଗଲା ଉଡି

ହାଲେ, ହାଏ, ବାଏ

ରହି ରହି ଛାଡେ ରଡି

ଆମେ ମଡର୍ଣ୍ଣ ଯୁଗର ପିଢି। 

ବିଷ୍ଣୁ ଶବ୍ଦ ଶୁଭେ ନାହଁ

ବାଜି ଗଲେ ଗୋଡ

ସରି ସରି, ନିଜ ଇଛା

ଯାହା ଇଛା ତାହା କହି

ଯାଉ ଆମେ ଆଗେ ମାଡି

ଆମେ ମଡର୍ଣ୍ଣ ଯୁଗର ପିଢି। 

ସକାଳ ସଂଧ୍ଯା ର

ପ୍ରାର୍ଥନା କୁ ଭୁଲି

ଭକ୍ତି, ବିନମ୍ରତା କୁ

ଜଳାଂଜଳି ଦେଇ

ଉଠି ପିଉଛୁ

ବେଡ୍ ଗ୍ରୀନ୍ ଟି

ଦେଖୁଛୁ ଏନଡ୍ରୋଇଡି

ଆମେ ମଡର୍ଣ୍ଣ ଯୁଗର ପିଢି। 

ଶାଢୀ, ଶାଲଓ୍ବାର ଛାଡି

ଆମେ ପିନ୍ଧୁଛୁ ମିଡି, 

ସେଭିଙ୍ଗ୍ ଛାଡି

ମୁହଁରେ ବଢାଇ

ରଖିଛୁ ଆମେ

ଫ୍ରେଞ୍ଚ କଟ୍ ଦାଢ଼ି

ଆମେ ମଡର୍ଣ୍ଣ ଯୁଗର ପିଢି। 

ନିଜ ପରଂପରା

ନିଜ ସଂସ୍କୁୃତି କୁ ଛାଡି

ଭାବୁଛୁ ଆମେ 

ଆଗେଇ ଯିବା ବଢି

ଗୁରୁଜନ କଥା

ଶୁଣୁ ନାହୁଁ ଆମେ

 ଓକେ, ଥ୍ଯାଙ୍କସ୍ କହି

ଚାଲିଯାଉଛୁ ମୁହଁ ମୋଡି

ଆମେ ମର୍ଡ଼ର୍ଣ୍ଣ ଯୁଗର ପିଢି। 

ନିଜର ସଂସ୍କୃତି, ମହାନତାକୁ

ଧରିବା ସିନା ଜାବୁଡ଼ି

ପାଶ୍ଚାତ୍ୟ ଦେଶର

ଉଚ୍ଚ ଚିନ୍ତାଧାରା

ବିଚାର ବୁଦ୍ଧି କୁ

ସବୁ ଆପଣେଇ

ଚଳାଇବା ସଭ୍ଯ ତାର ଗାଡି

ଛାଡୁଥିବା ରଡି

ତେବେ ବୋଲାଇବା

ମଡର୍ଣ୍ଣ ଯୁଗର ପିଢି

ହଁ, ଆମେ ମଡର୍ଣ୍ଣ ଯୁଗର ପିଢି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy