ଚେମୀ ମାଆର ଚାଟୁ
ଚେମୀ ମାଆର ଚାଟୁ
ଚେମି ମାଆ ଦିନେ ଚେମି ବାପା ପାଖେ
ବସି କି ରଚିଲା ଚାଟୁ
ତେଲ ମାରି ମାରି ଗେହ୍ଲ କରି କରି
କହିଲା ଶୁଣ ନା ବାବୁ ।
ଚେମିଟା ଆମର , ନାନୀ ହୋଇ ଲାଣି
ଗାଁଆ ପିଲା ଙ୍କର ପାଇଁ
ଚେମି ନାନୀ ଚେମି ନାନୀ ଡ଼ାକି ଡାକି
ନେଲେଣୀ ଖେଳିବା ଲାଗି ।
ପିଲା ମାନଙ୍କର ମେଳରେ ଯାଇ ସେ
ଖେଳି ଲାଣି ନାନା ଖେଳ
ପୁଚୀ ଓ କବାଡି ସାଥେ ବହୁ ଚୁରୀ
ବୁଢ଼ା ଦୌଡ ଫୁଟୁବଲ ।
ପାଠ ପଢା ତାର ଚୁଲି କି ଗଲାଣି
ଖେଳରେ ହେବ ସେ ଚାଟ
ଗୁରୁ ଗୁରୁ ଜନ ନ ମାନେ କାହାକୁ
ବସାଅ ଚେମିକି ଛ।ଟ ।
ଚୁରୁକି ବୋଲି କି ଯେଉଁ ପିଲା ଗୋଟି
ଚେମିର ସେ ଭଲ ସାଙ୍ଗ
ଦୋଳ ପୂର୍ଣ୍ଣିମାରେ ଖେଳି ଥିଲେ ଦିହେଁ
ହାତେ ଧରି ଫଗୁ ରଙ୍ଗ ।
କଳି କରି ଦିହେଁ ଝଗଡ଼ା ଲାଗିଲେ
ଚିମୁଟି ଦେଇଛି ସିଏ
ଦେଖି ନାହିଁ ତୁମେ ଘାଆ ହୋଇ ଯାଇ
ପୋକ ସାଲୁ ବାଲୁ ହୁଏ ।
କେତେ ଯେ କାନ୍ଦିଲ। ଚିମୀ ଟି ଆମର
ଭୁଲାଇଲି ଗେହ୍ଲ କରି
ମଲମ ନ ପାଇ ଘାଆ ରେ ତାହାର
ମଇଦା ଓଠା ଲଗାଇ ।
ପାଚି ହଳଦିଆ ପଡି ଯାଇ ଆଜି
ଫୁଲି ପୂଜ ପଚ ପଚ
ଦେଖୁ ନାହ ତୁମେ ଆହେ ଚେମୁ ବାପ
କହୁ ନାହିଁ ମୁଁହି ମିଛ ।
ଚୂରୁକି ବାବୁ କୁ ପୁଲିସ ଖୁଆଡେ
ଭରତି କରିଣ ଦିଅ
ନାହିଁ ତ ଚେମି କି ଦୂର ହଷ୍ଟେଲରେ
ନେଇ ଛାଡି ଦେଇ ଆସ ।

