STORYMIRROR

priyambada samal

Classics

4  

priyambada samal

Classics

ପିତାମାତା ଆମ ଚଳନ୍ତି ଠାକୁର

ପିତାମାତା ଆମ ଚଳନ୍ତି ଠାକୁର

1 min
223

ଆକାଶ ଠୁଁ ବଡ ପିତା

ମାତା ବଡ ଧରିତ୍ରୀ ଅପେକ୍ଷା। 

ମା 'ମମତାର ସୀମାହୀନ

ଅଥଳ ଜଳଧି

ଯେତେ ବିଜ୍ଞାପନ ଯୋଡିଲେ ବି

ନ ହେବ ତା ସାଥି

ଈଶ୍ବରଙ୍କ ଚଳନ୍ତି ପ୍ରତିନିଧି। 

ବର୍ଣ୍ଣନା ପାଇଁ ଭାଷା ନାହିଁ

ଅନୁଭବ ହିଁ ସାର ତହିଁ। 

ବାୟୁରୁ 'ବା' ପାଣିରୁ 'ପା'

ଏକାଠି ହୋଇ  ବାପା। 

ବ୍ଯକ୍ତିତ୍ବ ଆକାଶଠୁଁ ବଡ

ହିମାଳୟ ଗିରିସମ କର୍ମ

ଧର୍ମ, ଅବଦାନ, ମହିମା ଅପାର

ସବୁ ସୁଖ ଶିରୀ ବଳିଦେଇ

ସନ୍ତାନକୁ ସେ ଧରିଥାଇ

ସେ ଆମ ଜୀବନ ଗୀତା

କର୍ମ ତାଙ୍କର ମୂଳ ଗାଥା। 

ଦୂର ଦେବାଳୟ ଯିବା

ନାହିଁ ପ୍ରୟୋଜନ

ବାପା ମାଆ ଆମ ପାଇଁ

ଚଳନ୍ତି ଦେବତା ସମାନ। 

ତାଙ୍କ ସେବା କଲେ ଆମେ

ହୋଇବୁ ମହାନ୍

ଜୀବନ ଆମର

ହେବ ଧନ୍ଯ

ତାଙ୍କ ପଦେ ଶତ ଶତ

ଭୂମିଷ୍ଠ  ପ୍ରଣାମ। 



Rate this content
Log in

Similar oriya poem from Classics