STORYMIRROR

Pratima Satpathy

Classics

3  

Pratima Satpathy

Classics

ବର୍ଷା

ବର୍ଷା

1 min
206


ଆଷାଢ଼ ଶ୍ରାବଣ ଦୁଇ ମାସରେ

ବର୍ଷା ବରଷଇ ଧରା ପୃଷ୍ଠରେ.

ଗ୍ରୀଷ୍ମ ତାପରେ ଯେ ଉତ୍ତପ୍ତ ମହୀ

ବର୍ଷା ପରସରେ ଶାନ୍ତି ଲଭଇ.

ନୀରସ ତରୁରେ ସଞ୍ଚରେ ପ୍ରାଣ

ଚାତକ ପକ୍ଷୀର ଆନନ୍ଦ ମନ.

ଚାହିଁ ରହିଥିଲା ଅନେକ ଦିନୁ

ତୃଷାରେ ଆତୁର ଥିଲା ତା ତନୁ.

ମେଘ ବରଷିଲେ ଚାଷୀ ଟି ଖୁସି

ଫସଲ ତାହାର ଉଠିବ ହସି.

ଆକାଶରେ କଳା ମେଘକୁ ଦେଖି

କେକୀ ନାଚଇ ତା ପୁଚ୍ଛକୁ ଟେକି.

ସାରୁ ବୁଦା ମୂଳେ ବେଙ୍ଗୁଲୀ ରାଣୀ

ଖୁସିରେ ଛାଡଇ ରାଗ ରାଗିଣୀ.

ମେଘ ବରଷାରେ ପାଣିର ଧାର 

ଓଳିରୁ ପଡେ ଟପର ଟପର.

ସେଇ ପାଣିରେ ପିଲାମାନେ ଯାଇଁ

କାଗଜ ଡ଼ଙ୍ଗା ଦିଅନ୍ତି ଭସାଇ.

ମେଘ ବରଷିଲେ ନଦୀ ନାଳରେ

ପାଣି ପୁରିଯାଏ ଖାଲ ଖମାରେ.

ମେଘ ଯେ କରଇ ଜନ କଲ୍ୟାଣ

ଜଳ ଅଟଇ ସବୁରି ଜୀବନ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics