Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prahallad Sahoo

Classics Inspirational Others

4.0  

Prahallad Sahoo

Classics Inspirational Others

ମୋ ଗାଁର ରଜ ମଉଜ

ମୋ ଗାଁର ରଜ ମଉଜ

1 min
169



ମୋ ଗାଁର ରଜ ଆସେ......

ପହିଲି ଆଷାଢ଼ ର ଟିପ ଟିପ ବର୍ଷା ସୁରେ 

ମତୁଆଲି ମୌସୁମୀର ଭିଜା ଭିଜା ସ୍ବପ୍ନରେ। 

କୂଳଭୁଆସୁଣୀର ନାଲି ଓଢଣୀ ଧାରରେ 

ନବ ଅବଗୁଣ୍ଠନାର ଗୋଲାପି ଅଧରରେ ।


ମୋ ଗାଁର ରଜ ଆସେ......

କୁମାରୀମାନଙ୍କ କୁଙ୍କୁମ ଅଳତା ଗାରରେ 

ମେହେନ୍ଦି ମଖା ଲଳନାର ହସ୍ତ ରେଖାରେ ।

କବରୀରେ ବନ୍ଧା ରଜନୀଗନ୍ଧାର ବାସ୍ନାରେ 

କୁନା କୁନି ପିନ୍ଧା ରଙ୍ଗ ବେରଙ୍ଗ ବସନରେ ।


ମୋ ଗାଁର ରଜ ଆସେ......

ଗାଲରେ ଗୁଞ୍ଜା ସୁଆଦିଆ ବିଡିଆ ପାନରେ 

ସ୍ନେହ ମମତାର ପ୍ରୀତି ମନ୍ଦାକିନୀ ଧାରାରେ ।

ଭାଇ ଚାରାର ମଜବୁତ ସମ୍ପର୍କର ରଜ୍ଜୁରେ  

ବର୍ଣ୍ଣାଢ଼୍ୟ ପରିବେଶର ପ୍ରୀତିପ୍ଳୁତ ମୂହୁର୍ତ୍ତରେ ।


ମୋ ଗାଁର ରଜ ଆସେ......

ତାସ, ଲୁଡୁ, କେରମ, ଚେସ ଓ ପଶାଖେଳରେ 

ବାଗୁଡି, କବାଡି, ବାଉଁଶ ଓ ଚୌକି ଦୋଳିରେ।

ଚିକେନ, ମଟନ, ମାଛ ଝୁଳର ସୁଆଦରେ 

ସପୁରି, ଆମ୍ବ, ପଣସ, ପୋଡପିଠା ବାସ୍ନାରେ।


Rate this content
Log in

Similar oriya poem from Classics