STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ଅଭିମାନୀ ଲକ୍ଷ୍ମୀ

ଅଭିମାନୀ ଲକ୍ଷ୍ମୀ

1 min
197


ବାଟ ଛାଡ଼ ଲକ୍ଷ୍ମୀ ଯିବି ବଡ଼ ଦେଉଳକୁ

ମୋତେ ଛାଡି ଚାଲି ଗଲ କାହିଁକି କୁହ, ତୁମ ଗୁଣ୍ଡିଚା ଘରକୁ


ତୁମେ ଗଲା ଦିନୁ ମନ୍ଦିର ଶୂନ୍ୟ ହେଲା

ଗହଳି ଶୁଭେ ନାହିଁ ଏକା ଏକା ଲାଗିଲା


ତୁମେ ଭାରି ଛଳିଆ ,ଅଣ ସରୁ ଉଠି ଗଲ ରଥ ଯାତରାକୁ

ବାଟ ଛାଡ଼ ଲକ୍ଷ୍ମୀ ଯିବି ବଡ଼ ଦେଉଳକୁ


ହରି ବୋଲ ଶୁଭୁ ନାହିଁ ଛପନ ଭୋଗ ବି ନାହିଁ

କଳମ୍ବ ଶାଗ ଖାଇ ଥିଲି ତୁମକୁ ଚାହିଁ


ମାଉସୀ ମା ହାତୁ ପୋଡ଼ ପିଠା ଖାଇ,

ଛଅ ଦିନ କହି ଆସିଲ ନଅ ଦିନକୁ

ବାଟ ଛାଡ଼ ଲକ୍ଷ୍ମୀ ଯିବି ବଡ଼ ଦେଉଳକୁ


ବଡ଼ ଭାଇ ଥିଲେ ସାଥିରେ ମୋହର 

ଯାଇ ଥିଲେ ସିଏ ଗୁଣ୍ଡିଚା ମନ୍ଦିର


ବଡ଼ ଭାଇ ସାଥେ ନେଇ ପାରେ ନି, ଲକ୍ଷ୍ମୀ ତୁମକୁ

ବାଟ ଛାଡ଼ ଲକ୍ଷ୍ମୀ ଯିବି ବଡ଼ ଦେଉଳକୁ


କବାଟ ଖୋଲି ଦିଅ ଅଭିମାନ ଛାଡି ଦିଅ

ଆଣି ଅଛି ରସ ଗୁଲା ତୁମ ପାଇଁ ନିଅ


ଭକ୍ତ ପାଇଁ ମୋ ଲୀଳା କରି ଥିଲି, ସବୁ ଯୁଗକୁ

ବାଟ ଛାଡ଼ ଲକ୍ଷ୍ମୀ ଯିବି ବଡ଼ ଦେଉଳକୁ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics