STORYMIRROR

DILIP KUMAR SAHOO

Classics

3  

DILIP KUMAR SAHOO

Classics

ତୁମ ପାଇଁ ମନେ ହଜାରେ ପ୍ରଶ୍ନ

ତୁମ ପାଇଁ ମନେ ହଜାରେ ପ୍ରଶ୍ନ

1 min
150


କିଏସେ ତୁମକୁ ଏମିତି କଲା !

ଅଧାଗଢ଼ା କରି କୁଆଡେ ଗଲା !

ଏତେ କଳା ସିଏ କାହୁଁ ଆଣିଲା!

ଷୋଳ କଳା ରେ ତ କଳା କଳେବର

ହାଣ୍ଡି କଳା ଠାରୁ କାଳିଆ କଲା ?


ହାତ ନାହିଁ ତୁମ, ଦେଖେଇ ହେଉଛ 

କେମିତି ସେ ହାତ ବଢେଇ ଦେଲ

ଦାସିଆ ବାଉରୀ ନଡ଼ିଆ କୁ ତୁମେ

କେଡେ ଶରଧାରେ ଛଡେଇ ନେଲ?

ହାତ ନାହିଁ ତୁମ ସେହି ହାତେ ପୁଣି

ଖଣ୍ଡା ଧରି ତୁମେ ଲଢେଇ କଲ

କାଞ୍ଚି ରାଜା ର ତ ଗରବ ଭାଙ୍ଗିଲ

ନିଜ ମାନ ତୁମେ ନିଜେ ରଖିଲ !


କିଏ କହେ ତୁମ କାନ ନାହିଁ ବୋଲି

ଭକତଙ୍କ ଡାକ ନିତି ଶୁଣୁଛ

ଯେଉଁଠି ଯେମିତି ଭକତ ଡାକିଲେ

ମନ କଥା ତାର ସବୁ ବୁଝୁଛ ।

ଆଖିରେ ତୁମର ପଲକ ପଡେନି

ଦୁଃଖୀ ଦୁଃଖ ସଦା ଦେଖିବ ବୋଲି

ପାଦ ନାହିଁ ସିନା ଭକତ କାନ୍ଦିଲା

ବାଲି ରଥକୁ ତା ଆସିଲ ଚାଲି !


ଏମିତି ଠାକୁର ଏମିତି ଦିଅଁ

ଦୁଃଖ ଭୁଲିଯାଏ ଦେଖିଲେ ମୁହଁ।

କିମିଆ ସତେକି ଜାଣିଛ ତୁମେ

ତୁମରି ପ୍ରେମରେ ଦୁନିଆ ଝୁମେ।

ବୁଝିହୁଏ ନାହିଁ ତୁମରି ଲୀଳା 

ଲୀଳା ଉଣା କରେ ସଂସାର ଜ୍ବଳା।

ତୁମ ପାଇଁ ମନେ ହଜାରେ ପ୍ରଶ୍ନ

ଠାକୁର ତୁମେନା ମଣିଷ ତୁମେ

ପତିତଙ୍କ ବନ୍ଧୁ ଦୁଃଖୀର ଧନ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics