STORYMIRROR

priyambada samal

Abstract

3  

priyambada samal

Abstract

ଆହତ ଧରିତ୍ରୀ

ଆହତ ଧରିତ୍ରୀ

1 min
176

          

ଧରିତ୍ରୀ କାତରେ ମାଗେ

ଆକାଶ କୁ, ବିନ୍ଚିଦେ ତୋ

ପ୍ରେମ ଧାରା, ମୋରି ବକ୍ଷରେ

ଯେଉଁଠି ଚୁମ୍ବନ ଦିଏ 

ଦିଗ୍ ବଳୟ ବାର ବାର, 

ଚାହିଁ ରହି ପ୍ରେମିକ ପ୍ରେମିକା

ଆଶାନ୍ବିତ ହୁଅନ୍ତି ଆବେଗେ। 

କ୍ଷତାକ୍ତ ମୁଁ ଆକାଶରେ

ଏ ଦୂଷିତ ପରିବେଶରେ

ଏଇ ସବୁ କଳକାରଖାନା

ଯାନ ବାହାନ, ମାରଣାସ୍ତ୍ର

ସାରିଦେଲା ମୋ ନିର୍ମଳ ବକ୍ଷ

ମୋ ସନ୍ତାନ ସନ୍ତାପିତ

ରୋଗଗ୍ରସ୍ତ, ଅକାଳ ବାର୍ଧକ୍ୟ 

ଯୋଗୁଁ ହନ୍ତସନ୍ତ ଭୟଭୀତ 

ଏ ଦୁଃଖ ଅସହ୍ଯ ରେ

ଦେ ଟିକେ ସ୍ନେହ ମୋତେ। 

ଆକାଶର ହ୍ରୁଦୟ ରୁ

ଝରିପଡେ଼ ତପ୍ତ ବାରିଧାରା

ହିମାଚଳେ ମଥାନତ କରି 

ବୋଲଇ, ଧରିତ୍ରୀ ଲୋ

ମୁଁ ନିହତ କେତେ ଦିନୁ

ଦେଖୁ ନାହୁଁ ମୋ ଦେହରେ

କେତେ କ୍ଷତ, କ୍ଯାନସର

ଜୀବାଣୁ ଭଳି କୋରି ଖାଏ

ଏଇ ଦୂଷିତ ପରିବେଶ। 

ମୋ ଦେହରୁ ମଳୟଟା

କେଉଁ ଦିନୁ ବିଦାୟ ନେଲାଣି

ଦେଇ ମୁଁ ପାରିଲି ନାହିଁ

ଟିକେ ବର୍ଷା

ଟିକିଏ ବସନ୍ତ

ଠିକ୍ ସମୟରେ

ନଂପୁସକ ଭବିଷ୍ଯତ ନେଇ

ଆଜି ମୁଁ ବ୍ରୁହନ୍ନଳା

ବାରମ୍ବାର ଫେରିଯାଏ

ସ୍ମୃତିର ଗଜଲ ଗାଇ

ସ୍ମୁତି ସିକ ତାକୁ

ଯେଉଁଠି ମୁଁ କଳିବସେ

ମୋ ଅତୀତ, ମୋ ସୁନ୍ଦର ବକ୍ଷ

ଆଉ ପ୍ରୀତିର ସଂଗୀତ। 

 ଆହତ ମୁଁ

ମୋ ଦେହରେ ଆଉ ନାହିଁ

ଖରା ବର୍ଷା ବସନ୍ତ ଶରତ

ସୂର୍ଯୋଦୟେ ତାରା ସବୁ

ଲୁଚିଗଲା ପରି

ମୋ ଦେହରେ ଆଉ ନାହିଁ

ମାଦକତା, ବେନୋଟିସ୍ ଭାବେ

ପୁଣି ଆସିଯାଏ କେବେବି ବୈଶାଖ

କେବେ ପୁଣି ବର୍ଷା ଓ ପ୍ରଳୟ

ଆଉ ନାହିଁ ସମୟର କଡା ନିର୍ଦ୍ଦେଶ

ଆହାତ ମୁଁ ଅପାଂକ୍ତେୟ

କାନ୍ଦିବା ହିଁ ସାର ଆଜି

ଏ ଋତୁ ଚକ୍ରରେ

ଫିଙ୍ଗି ଦେଇ ଗଣି ଗଣି

ତିନିଶ ପଁଷଠୀ ଘୁଙ୍ଗୁର

ଥକି ମୁଁ ଯେ ପଡିଲିଣି

ଲୋଡା ନାହିଁ   

ଏହି ଅଳଙ୍କାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract