STORYMIRROR

priyambada samal

Romance

3  

priyambada samal

Romance

ମୁଁ ଯେବେ ନଥିବି

ମୁଁ ଯେବେ ନଥିବି

1 min
245

ମୁଁ ଯେବେ ନଥିବି

        

ତୁମ ଆପାର୍ଟମେଣ୍ଟର

ବାଲ୍ କୋନିର

ଫୁଲକୁଣ୍ଡରେ

ସୁନ୍ଦର ଗୋଲାପ ଫୁଲଟି

ହୋଇ ସକାଳେ ଫୁଟିବି

ମୁଁ ଯେବେ ନଥିବି। 

ସକାଳେ ସଂଜେ

ପାଣି ସିଂଚୁଥିବା ବେଳେ

ତୁମ ହାତର ମଧୁର ସ୍ପର୍ଶରେ

ଆଦରେ ପ୍ରେମରେ ଥରେ

ଆଉଁସି ଦେଲେ

ମୁଁ ପୁର୍ନଜନ୍ମ ପାଇଯିବି

ମୁଁ ଯେବେ ନ ଥିବି।

ତୁମେ ମୋତେ ଦେଇଥିଲ

ଜୀବନରେ ପୂର୍ଣ୍ଣଗର୍ଭା

ପ୍ରେମର ସାରାଂଶ

ମୁଁ ତ କୋଣାର୍କର 

ପ୍ରୀତିର ଭଗ୍ନାଂଶ

ଝାଉଁଳି ପଡିବା ବେଳେ

ମଉଳି ପଡିବା ବେଳେ

ଦୁଃଖରେ କେବେ

ଦୀର୍ଘ ନିଃଶ୍ବାସ ନ ଛାଡିବି

ମୁଁ ଯେବେ ନ ଥିବି। 

ତୁମକୁ କଣ ମିଳିବ

ନ ମିଳିବ ମୁଁ ଜାଣିନି

ତୁମଠି ବିଶ୍ବାସ ମୋ

ତୁଟିବନି କେବେ

ଜନ୍ମ ଜନ୍ମାନ୍ତର ପାଇଁ

ବ୍ଯଥା ମୋର ନାହିଁ

ପାହାନ୍ତି ତାରା ହୋଇ

ପୂର୍ବ ଦିଗରେ

ମିଟ୍ ମିଟ୍ ଆଖି ମାରି

ତୁମକୁ ମୁଁ ରହିରହି

ଚାହିଁ ଚାହିଁ ମୁରୁକି ହସିବି

ମୁଁ ଯେବେ ନ ଥିବି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance