STORYMIRROR

priyambada samal

Inspirational

3  

priyambada samal

Inspirational

ନୂଆ ସୁର

ନୂଆ ସୁର

1 min
203

   

ମଳୟର ବଂଶୀରେ

ଶୁଣାଯାଏ ନୂଆ ସୁର

ଦୁନିଆର ସବୁ 

ବ୍ଯଥା କୁ ନେଇ

ମୁଁ ବି ହୋଇଯାଏ

ଚୁପ୍ ଚାପ୍

ତୁମ ଦିଆ

ଲୁହ ଲହୁରେ ଗାଧୋଇ। 

ଅନେକ ଆଶାରେ ମୋର

ଅନେକ ନିରାଶାର ଚିହ୍ନ

ଅନେକ ବିଶ୍ବାସରେ ମୋର

ଅନେକ ସଂଦେହର ଗାନ

ଅନେକ ଇଛା ରେ ମୋର

ଅନେକ ଅନିଚ୍ଛା ର ବର୍ଣ୍ଣ

ମୁଁ ପଛକେ ଝରି ଯାଏ

ଅଶ୍ରୁ ହୋଇ

ତୁମ ଦିଆ ଦୁଃଖକୁ ପିଇ

ବଡଦାଣ୍ଡ ରେ କିବା

ଶରଧାବାଲି ରେ

ତଥାପି ମୁଁ ସ୍ବପ୍ନ ଦେଖୁଥିବି

ଅନେକ ଅସତ୍ଯକୁ ନେଇ

ଇଛା ମୋର ବଢିଯିବ

ଅନିଚ୍ଛା କୁ ନେଇ

ଅନେକ ବିଶ୍ବାସ ମୋର

ସନ୍ଦେହ କୁ ନେଇ

ମୁଁ ଚାଲୁଥିବି

ମୋ କର୍ମ ପଥେ

ନିତି ତୁମ ନାମ ଗାଇ ଗାଇ,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational