STORYMIRROR

priyambada samal

Tragedy

3  

priyambada samal

Tragedy

ସମ୍ପର୍କ

ସମ୍ପର୍କ

1 min
163


         

ଏମିତି ବି ବଦଳି ଯାଉ ତୁ

ଅବଶ୍ୟ ତୋ କଥା

ବଦଳେନାହିଁ

ବଦଳି ଯାଏ

ଖାଲି ଭାବାର୍ଥ। 

ତୁ ହସିଲେ 

ମନଟା ମୋ

ଖୁସି ହୁଏ, 

ତୋ ଦୁଃଖରେ

ମନଟା ମୋ

ଗୁମ୍ ସୁମ୍ ହୁଏ। 

କିନ୍ତୁ ଏବେ

ତୋ ହସଟା ଲାଗେ

ମୋତେ ଅସହାୟ

ତୋ କାନ୍ଦଟା ଲାଗେ

ମୋତେ କେମିତି ଏକ

ଅନ୍ଧକୂପ ଭଳି

ତୁ ବି କେମିତି ଲାଗୁ

ଆଗ ପରି ନୁହେଁ

ମୋଠୁଁ ଦୂରେଇ ଯାଉ

କେଉଁ ଏକ ପ୍ରେରଣାରେ

ଉଦଭ୍ରାନ୍ତ ହୋଇ

ମୁଁ ଖାଲି ଚାହିଁ ରହେ

ତୁ ବଦଳି ଯାଉ

ତୋ କଥା ସହିତ

ଭାବାର୍ଥ ଭଳି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy