STORYMIRROR

priyambada samal

Tragedy

3  

priyambada samal

Tragedy

ଏମିତି ବାରବାର

ଏମିତି ବାରବାର

1 min
229

ତୁମେ କେମିତି ଜାଣିବ

ତୁମ ଅନୁପସ୍ଥିତିରେ

ଯେତେଥର ଖୋଜୁଥିବି

ଆପଣାର 'ତୁମେ'ଟିକୁ

ସେତେଥର ଝରଝର ବାରିଧାରା

ବର୍ଷି  ଯାଉଥିବ

କିଏ ଆଉ ଶପଥ କରିବ

ମୋ ଆଖିରୁ ଲୁହ ପୋଛି ଦେଇ

ମୋ ମୁଁହରେ ହସ ଫୁଟାଇବ

ତୁମ  ଅନୁପସ୍ଥିତିରେ

ଋତୁ ଯାଏ ବଦଳି

ତୁମେ ମୋର ପାଖ ଛାଡି

କେତେବେଳେ ଚାଲିଯାଅ

କେଜାଣି ଜମା ଜାଣି ମୁଁ ପାରେନି

ଆଜି କାଲି କିଛି ଭଲ ଲାଗୁନାହିଁ

ତୁମେ ଆସି ବସନ୍ତନି

ମୋର ପାଖେ

ଲାଗି କରି

ଅଜସ୍ର ଆବେଗରେ

ତିନ୍ତାଇ ଦିଅନ୍ତ  ନାହିଁ

ମୋ ମନର ଦୁଃଖିନୀ ସତ୍ତାକୁ

ମୁଁ ଖୋଜିବି ଯୁଗ ପରେ ଯୁଗ

ତୁମ ପ୍ରେମର

ହୀରା ନୀଳା ମୋତି ମାଣିକ କୁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy