STORYMIRROR

priyambada samal

Classics

3  

priyambada samal

Classics

ମାତୃଭାଷା

ମାତୃଭାଷା

1 min
219


ଉତ୍କୃଷ୍ଟ କଳାର

ଦେଶ ଯିଏ ସେହି

ନାଆଟି ତାର ଉତ୍କଳ

ତାର ମାତୃଭାଷା

ଭାରି ସରସା

ମାତୃଭୂମି ଅଟେ ଓଡିଶା। 

ଆମ ମାତୃଭାଷା ଓଡିଆ

ଅଟେ ସିଏ ଭାରି ବଢିଆ

ଆମ ଠାକୁର ଜଗନ୍ନାଥ

ସିଏ ପୁଣି ଜଗତର ନାଥ

ଦାଣ୍ତ ଯାର ବଡ ଦାଣ୍ତ

ନଦୀ ଯାର ମହାନଦୀ

ଭୋଗ ଯାର ମହା ପ୍ରସାଦ

ନେତଯାର ପତିତପାବନ

ସବୁଠୁଁ ସୁନ୍ଦର ଯାର ଗିରିବନ

ମନ୍ଦିରମାଳିନୀ ପରା ଅଟେ ନାମ

ସେନେହ ଶରଧା ଯହିଁ ଭରପୁର

ସେହି ଦେଶ ଆମ ଉତ୍କଳ ନଗର

ତାର ଭାଷା ସୁ କୋମଳ ମଧୁର

ମାଧୁର୍ଯ୍ୟ ରେ ଭରପୁର

ଶିଖାଏ ବଞ୍ଚିବାର ରାହା

ଆମ ମାତୃଭାଷା ଓଡିଆ। 

ମାଆ ପରି ସିଏ

ଆମର ପ୍ରିୟ

ହୃଦୟୁ ବାହାରେ

ମନରୁ ସଂଚରେ

କହିହୁଏ ଖୋଲି କରି

ବୁଝିହୁଏ ପ୍ରାଣ ଭରି

ସେତ ସଂସ୍କୃତିର ପ୍ରାଣଧାର

ହୃଦୟ ସ୍ପନ୍ଦନେ

ରକ୍ତର ବନ୍ଧନେ

ବାନ୍ଧିରଖେ ଯେଉଁ ଭାଷା

ସିଏ ଆମ ମାତୃଭାଷା

ଶ୍ରେଷ୍ଠ ଆମ ମାତୃଭାଷା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics