STORYMIRROR

priyambada samal

Romance

3  

priyambada samal

Romance

ପବିତ୍ର ବନ୍ଧନ

ପବିତ୍ର ବନ୍ଧନ

1 min
226

          


ତୁମେ ମୋ ଆକାଶେ

        ପୁନେଇଁ ଚାନ୍ଦ

ପ୍ରୀତିର ରଜ୍ଜୁରେ

        ମୋତେ ତ ବାନ୍ଧ। 

ଦୂରରେ ଥାଇ ବି

      ହୃଦୟେ ଥାଅ। 

ପାଖରେ ଥାଇ ବି

       ଦୂରେଇ ଯାଅ। 

ଜନ୍ମ ଜନ୍ମାନ୍ତର

         ତପସ୍ୟା ପରେ

ଆସିଛ ତୁମେ ହେ

         ମୋର ଭାଗ୍ଯରେ। 

ତୁମେ ମୋ ମନର

         ଫୁଲ ଫଗୁଣ

ପ୍ରେୟସୀ ହୃଦୟେ

          ଝରାଇ ଶ୍ରାବଣ। 

ପ୍ରୀତିର ଜୋଛନା

          ଗୀତିର ସ୍ବର

ବିରହୀ ପ୍ରାଣର

          ମେଘ ମହ୍ଲାର। 

ଫୁଲର ସୁରଭି

        ମୋ ପାଇଁ ତୁମେ

ଯେସନେ ଝରଣା

          ସାଗରେ ସମେ।

ସତେଜ ଫୁଲର

         ମହକରେ ତୁମେ

ସାତ ସୁର ବଇଁଶୀର

           ମନେ ମୋର ଭ୍ରମେ। 

ବିଶ୍ବାସରେ ଗଢା ଆମ

             ପବିତ୍ର ବନ୍ଧନ

ଏକ ପ୍ରାଣେ ବନ୍ଧା

          ଆମ ଦୁଇଟି ଏ ମନ। 

ତୁମ ପ୍ରେମର ଝରଣା

            ଝର ଝର ବହୁଥାଏ

ହସି ହସି ମୁହିଁ ସବୁ ଝଡଝଂଜା

           ମଥାପାତି ସହି ନିଏ। 

ତୁମରି ପ୍ରେରଣା ସମୀରଣ ହୋଇ

         ମନ୍ଦ ମନ୍ଦ ହସୁଥାଏ

ଜୀବନର ଘୂର୍ଣ୍ଣିବଳୟରେ

      ବତୀଘର ହୋଇ କର୍ମ କରୁଥାଏ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance