STORYMIRROR

Rojalin Mishra

Romance

4  

Rojalin Mishra

Romance

ଆଗୋ ମୋ ବରଷା କଢ଼ି

ଆଗୋ ମୋ ବରଷା କଢ଼ି

1 min
76

 ଦୂର ଆକାଶ ପଥେ

ମେଘ ରଥେ ଚଢ଼ି

ସୌଦାମିନୀ ସଙ୍ଗେ 

ନାଚ ଢଳି ଢଳି

ଆଗୋ,ମୋ ବରଷା କଢ଼ି।।

ଏ ଧରା ଅଙ୍ଗନେ

ବିିିଞ୍ଛି ଦିିିଅ ଯେତେ

ଟୋପା ଟୋପା ଛିିିଟା ସାଥେ

ମଣ୍ଡୁକ କୁହାଟେ

ପ୍ରୀତି ଝର ଯୋଡ଼଼ି,

ଭିିିଜା ମାଟିର ମହକ ଆଉ 

ମୟୂରୀ ସଙ୍ଗତେ

ଖେଳ ଲୁଚକାଳି

ଆଗୋ,ମୋ ବରଷା କଢ଼ି।।

ପ୍ରସ୍ଫୁଟିତ କଦମ୍ବ କୋଳେ

ସବୁଜିମାଭରା ଏ ପତ୍ର ଗହଳିରେ

ଆଗମନେ ତୁମ 

ଭରଷାର ପାରିଜାତ ଯାଏ ଫୁଟି

ଅସହାୟ ସମ ଶୁଷ୍କ ପତ୍ର ସବୁ ଯାଏ ଝଡି

କୃୃୃଷକ ଭାଇ ମୁଖେ ଫୁଟାଇ ହସ

କୋଟି ଜନ ମନ ପ୍ରାଣ ଜିଣିନିିିଅ ତୁମେ

ଆଗୋ,ମୋ ବରଷା କଢ଼ି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance