STORYMIRROR

Rojalin Mishra

Inspirational

3  

Rojalin Mishra

Inspirational

ସ୍ୱାଧୀନତା..

ସ୍ୱାଧୀନତା..

1 min
102

ଅଗଣିତ କାଳ ରାତ୍ରି ବିତିଗଲା ପରେ

ପାାଇଛେ ଆମେ

ସ୍ୱ।ଧୀନତାର ସୁନେଲୀ କିରଣ,

କେତେ ବରପୁୁତ୍ରଙ୍କ ବକ୍ଷୁ

ନିଗାଡ଼ି ହୋଇ ପଡ଼ିଛି 

ଶୋଣିତର ଅଜସ୍ର ଧାରା ଶ୍ରାବଣ ।।

ଟଳି ଯାଇଥିଲେ କେତେ ବୀରଯୋଦ୍ଧା

ରକ୍ତର ସ୍ୱାକ୍ଷର ଦେଇ,

ହଜି ଯାଇଥିଲା କେତେ କ୍ରାନ୍ତିକାରୀଙ୍କ ସ୍ୱପ୍ନ

କେବଳ ଏଇ "ସ୍ୱ।ଧୀନତା" ପାଇଁ ।।

କେତେ ଦେଶପ୍ରେମୀ

ସ୍ନାନ କରିଥିଲେ

ଲୁହ-ଲହୁର ସମୁଦ୍ରରେ,

ସ୍ୱୟଂ ସ୍ୱାର୍ଥ ତ୍ୟାଗ କରି

ଗୁୁନ୍ଥା ହୋଇ ଥିଲେ 

ସ୍ନେହ,ପ୍ରେମ ଆଉ ଏକତାର ମାଳରେ ।।

ଦିକ୍ ଦିିିକ୍ ଜଳୁଥିବ

 ଏ ଦେଶ ଛାତିରେ

କେତେ ସହୀଦଙ୍କ ସ୍ମୃତି,

ଜଳ ଜଳ ହୋଇ ଦିିିଶୁୁଥିବ

ଆମ "ଅମର ଯବାନ ଜ୍ୟୋତି" ।।

ସ୍ୱ।ଧୀନତାର ସ୍ୱଚ୍ଛ ଜଳ ପିଇ 

ଅନୁୁୁସୃୃୃତ ହେଉଥିବ ଚିିିରକାଳ

ଦେଶ ବନ୍ଦନାର ଗୀତ,

ଦେଶ ମାତୃକାର ସେବାରେ 

ଆମେ ଥିବା ସଦା ଜାଗ୍ରତ ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational