ପ୍ରୀତି
ପ୍ରୀତି


ଆଜି ବି ରଖିଛି ତୁମ ପ୍ରତିଛବି ହୃଦୟ ମୋ
କୋଣେ କୋଣେ,
କାହିଁ ଗଲ ସାଥି ଆଧାରଖି ପ୍ରୀତି ଦୁଃଖ ଦେଇ
ଏ ଜୀବନେ ।
ଜୀବନଟା ଲାଗେ ଫିକା ଫିକା ରଙ୍ଗର ଶୁଖିଲା ପତ୍ର ,
ନାହିଁ ତୋ ପ୍ରୀତିଭରା ସ୍ପର୍ଶ ଭରିବାକୁ ଜୀବନ୍ତ ।
ଅନେକ ଚେହେରା ଦେଖିଛି ଏ ଆଖି
ହୃଦୟ ଘର ବନେଇଛି ତୋତେ ନେଇ ରଖି ।
ମୃହୁତ୍ୱକେ ତୋ ପ୍ରୀରତିର ପ୍ରୀତି ହଜାଇଦେଉଥିଲା
ମନର ସ୍ଥିତି
ଆଜି ବି ମୁଁ ପାଗଳ ପ୍ରେମୀ ପରି ଖୋଜୁଛି ତୋ ପ୍ରୀରତି ସାଥି ।
ଚାତକି ରହିଛି ଚାହିଁ ପ୍ରୀରତିର ଛିଟା ବରଷିବା ପାଇଁ,
ବୌଶାଖର ରଶ୍ମି ଆସି ଜାଳିଦେଲା ସବୁକିଛି ।
ଭାବିଥିଲି ତୋ ପ୍ରୀରତି ପରଶେ ନେଇ ତୋଳିବି
ମୁଁ ସୁନା ନଅର,
ସେ ନଅର କଳ୍ପନା ବଶୀଭୂତ ମୁହୂର୍ତ୍ତ ତୋ ସ୍ୱାର୍ଥ ପ୍ରୀରତିରେ ।
ଭଲ ତ ପାଇଛି, ହୃଦୟେ ତୋ ନା ଲେଖି ଦେଇଛି,
ସ୍ୱାର୍ଥ ପ୍ରୀରତି ଦେଖି ହୃଦୟ କି ତାକୁ ଲିଭେଇ ପାରୁଛି ।
ଆଶା ଅଛି ଏଇ ଜୀବନରେ ହେବ ତୋ ସହ ଦେଖା
ପଚାରି ବୁଝିବି କଣ କମ ଥିଲା ମୋ ପ୍ରୀରତିର ଭାଷା ।