STORYMIRROR

Prangyalin Sahoo

Classics Others Children

3  

Prangyalin Sahoo

Classics Others Children

ଦୀପାବଳି

ଦୀପାବଳି

1 min
182


ଆଲୋକର ଏହି ଉଜ୍ଜ୍ୱଳିତ ପର୍ବ 

କଳା ଅନ୍ଧାରକୁ କରିବ ଦୂରୀଭୂତ 

ଫେରିବେ ଅଯୋଧ୍ୟାର ସତ୍ୟ 

ରାଜ୍ୟ ସେଥିପାଇଁ ଖୁସିବାସ ||

ଅନ୍ୟାୟ ଚାଲିଥିଲା ଅଧର୍ମ ଜିଣୁଥିଲା 

ଧର୍ମ ଖାଲି ନ୍ୟାୟ ମାଗୁଥିଲା 

ନ୍ୟାୟର ବିଚାର ଧର୍ମ କରିବ 

ଫେରୁଛନ୍ତି ଯେହେତୁ ନ୍ୟାୟର ପୁରୁଷ ||

ଆଲୋକ ରୋଷଣିରେ କରି ଦୀପ ପ୍ରଜ୍ଜୁଳିତ 

ସ୍ୱାଗତ ପାଇଁ ଜନ କରୁଛି ରାଜ୍ୟ ସର୍ଜ୍ଜିତ 

ଆସିଛି ସେ ଶୁଭ ଉଜ୍ଜ୍ୱଳିତ ଦିନ 

ଖୁସିରେ ସହର ଗ୍ରାମ ପଡୁଛି ଚହଳ ||

ଜୀବନ ଖୋଜୁଛି ନିଜର ସ୍ବର୍ଗୀୟ ଲୋକ 

ମନରେ ରଖି ପରମାତ୍ମା ବଡ଼ବଡୁଆ ଡାକ 

ପିତୃପୁରୁଷଙ୍କ ସହ ହୋଇଣ ଭେଟ 

ନିଜର ଖୁସିକୁ କରୁଛି ଦିଗୁଣିତ ||

ସ୍ବର୍ଗୀୟ ଆତ୍ମାର ଯନ୍ତ୍ରଣା କରି ଦୂରୀଭୂତ 

ଭରିବେ ଚିତ୍ତରେ ଆଲୋକର ଶାନ୍ତି ଭାଷା 

ଦେଖି ଶୁଣି ଏହା ଆତ୍ମା ହୋଇବ ଖୁସି 

ହୃଦେ ତୃପ୍ତି ଭରି ଯିବେ ସ୍ୱର୍ଗପୁର ଫେରି ||

ପାତାଳରୁ ବଳି ମହାରାଜା ଆସି ଏହି ଦିନ

ଲକ୍ଷ୍ମୀ ଭଗିନୀଙ୍କ ଜୀବନ କରିଥିଲେ ଆଲୋକିତ 

ସିଂହବାହିନୀ ମା'କୁ କରିବାକୁ ଶାନ୍ତ 

ମା' କାଳୀଙ୍କ ପୂଜା କରାଯାଏ ଏହି ଦିନ ଆୟୋଜିତ ||

କାର୍ତ୍ତିକ ମାସର ଅମାବାସ୍ୟା ଦିନ 

ଏହି ଦୀପାବଳି ଦିନ ପଡେ ଜାଣ 

ତେଣୁ ଆସନ୍ତୁ ଏକାଠି ହୋଇ ଜାଳିବା ଦୀପ 

ଆଉ ଆଲୋକରେ ଜିଣିବା ଅନ୍ଧାରର ଅନ୍ୟାୟ ଭୟ ।।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics