Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prangyalin Sahoo

Inspirational Others Children

3  

Prangyalin Sahoo

Inspirational Others Children

ପ୍ରେମର ପରିଭାଷା

ପ୍ରେମର ପରିଭାଷା

1 min
197



ପ୍ରେମ ଶାଶ୍ବତ ପ୍ରେମ ଅମର 

     ଯୋଉଠି ହୃଦୟ ସ୍ପନ୍ଦନ ନିରନ୍ତର 

ଥାଏ ରାଗରୁଷା  ଥାଏ ଅଭିମାନ 

  ଟିକିଏ ହସ ଭାଙ୍ଗିଦିଏ ମାନ ଅଭିମାନ ||

ପ୍ରେମ ଆରମ୍ଭ  ପ୍ରେମ ଶ୍ରେଷ୍ଠ 

    ମା'ର ଗର୍ଭାଶୟରେ 

କେତେ ପଦାଘାତ କେତେ ଯନ୍ତ୍ରଣା କଷ୍ଟ 

    ଭୁଲିଯାଏ ସବୁ ଦେଖି ତା' ସନ୍ତାନ ମୁଖ ||

ପ୍ରେମ ତ୍ୟାଗ  ପ୍ରେମ ମହାନ 

     ଭୂମିଷ୍ଠ ବାପା'ଙ୍କର ବଳିଦାନ 

ହୃଦେ ରଖି ଦ୍ଵନ୍ଦ ମୁଖେ ଦିଅନ୍ତି ହସ 

    ଯାହା ଲାଗି ଆମେ ସମାଜରେ ପରିଚିତ ||

ପ୍ରେମ ସ୍ନେହ   ପ୍ରେମ ଅଭିମାନ 

   ଭାଇ ଭଉଣୀର ପ୍ରତୀକ 

ଟିକେ ପିଟାପିଟି  ଟିକେ ଝଗଡା କଳି 

   ନ ହୋଇଲେ ପେଟକୁ ଦାନା ଯାଏନି ||

ପ୍ରେମ ରୋଷ   ପ୍ରେମ ଈର୍ଷା 

   ବନ୍ଧୁ ବାନ୍ଧବୀଙ୍କ ଅଧିକାର 

ଥିବ ମନେ ପ୍ରେମ ଥିବ ମନେ ଲୋଭ  

   ସେଥିଲାଗି ଭୁଲି ସମ୍ପର୍କ କରିବେ ମଜବୁତ ||

ପ୍ରେମ ପୀରତି   ପ୍ରେମ ସମ୍ପର୍କ 

    ହୃଦୟ ହୃଦୟର ପବିତ୍ର ବନ୍ଧନ 

ଜଣେ ନାରୀ   ଜଣେ ପୁରୁଷ 

    ଈଶ୍ୱରଙ୍କ ଇଙ୍ଗିତେ ହୋଇବ ମିଳନ ||

ପ୍ରେମ ଅନ୍ତ ପ୍ରେମ ମାନ ଜୀବିତ 

    ବୃଦ୍ଧା ଅବସ୍ଥାର ସ୍ନେହ ଅମାପ 

ନାତି ନାତୁଣୀଙ୍କ ସ୍ନେହ ପୁଅ ବୋହୁଙ୍କ ପରଶ 

     ଦେଖି ହୃଦୟ ଭରିବ ମନେ ସନ୍ତୋଷ ||

ପ୍ରେମ ମୂଲ୍ୟବାନ  ପ୍ରେମ ବଞ୍ଚିବାର ପଥ 

    ଧନ ସମ୍ପଦ କିଣି ପାରିବନି ମାନ 

ଅଳ୍ପ ସେନେହ ଅଳ୍ପ ଯତ୍ନ 

      ପଥକୁ କରିବ ଶକ୍ତ ||, 

ଏହି ପ୍ରେମ ଯାହାର ମାନ ସର୍ବଦା ଗର୍ବିତ...


  

  

    



Rate this content
Log in

Similar oriya poem from Inspirational