STORYMIRROR

Prangyalin Sahoo

Action Inspirational Others

3  

Prangyalin Sahoo

Action Inspirational Others

ସ୍ୱାଧୀନ ଦେଶ

ସ୍ୱାଧୀନ ଦେଶ

1 min
54


ସ୍ୱାଧୀନ ଦେଶର ପରାଧୀନ ଜନ 

     କର୍ମ କଲାବେଳେ ଠକିବାକୁ ଚେଷ୍ଟା ବାରମ୍ବାର 

ପାଖରେ ଥିବ ଉଡିବାକୁ ଡେଣା 

    ଆଗରେ ଦେଖି ପଞ୍ଜୁରୀ ସାଜିବେ ପୋଷାଶୁଆ ।।


କେତେ ଗୁଳି ଖାଇ କେତେ ମୁଣ୍ଡ ଦେଇ 

  ଗୋରସେନା ଠାରୁ ବଂଚେଇଥିଲେ ମା' ମାନ 

ଆଜିର ଜନ କିନ୍ତୁ କିଛି ପଇସା ପାଇଁ 

      ବିକୁଛନ୍ତି ମା'ର ଭାଷା ସଂସ୍କାର ।।


ବାପୁ ଅହିଂସାର ମନ୍ତ୍ର ପଢି ଭାଇଚାରା ସୃଷ୍ଟି କରି 

      ଫିରଙ୍ଗି ଶାସନରୁ ଦେଶ କରିଲେ ମୁକ୍ତ 

ହେଲେ ଅଧୋନିକ ଜନ ଅହଂ ହିଂସା ଖୋଳ ଧରି 

      ପରାଧୀନକୁ କରୁଛନ୍ତି ଆପଣାର ।।


ଅଗଷ୍ଟ ପନ୍ଦର ଦିନ ଦେଖିଲେ ଉଡାଣ ତ୍ରିରଙ୍ଗା ପତାକା 

      ହୃଦୟକୁ ମିଳେ ତୃପ୍ତି ଭାବି ଦେଶପ୍ରେମୀଙ୍କ ଗାଥା 

ହେଲେ ଆଜିକାଲିକା ଲୋକ ଦେଖାଣିଆ ଜନ 

   ତ୍ରିରଙ୍ଗା କରି ଉଡାଣ ମନରେ ଭରୁଛନ୍ତି ଅହଂ ହିଂସା ।।


 ଦେଶପ୍ରେମୀ ଥିଲେ ନିଜକୁ ଭୁଲୁଥିଲେ 

    ପର ଆପଣାର ଭେଦ ନ ରଖି କର୍ମ କରୁଥିଲେ 

ବର୍ତ୍ତମାନର ଜନ ଆମେ ବୋଲି ଶବ୍ଦ ଭୁଲିଗଲେଣି 

     ମୁଁ' କୁ ବାନ୍ଧିରଖି ଗଢୁଛନ୍ତି ନିଜସ୍ଵର ସୁରକ୍ଷା ଗତି ।।


ଦେଖିହେଉନି କି ସହିହେଉନି 

       ଆଜି କାଲି ଆଉ ମା'ର ପରାଧିନତା 

ତେଣୁ ଆସ ଆମେ ଏହି ତ୍ରିରଙ୍ଗା ମୂଳେ 

    ସମସ୍ତେ ଶପଥ ନେବା

ଆଉଥରେ ପଢି ଅହିଂସାର ମନ୍ତ୍ର 

    ଗଢିବା ଗୋଟେ ଶାନ୍ତି ମୈତ୍ରୀ ଦେଶ ।।


   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action