STORYMIRROR

Debabrata Mishra

Abstract Tragedy Action

3  

Debabrata Mishra

Abstract Tragedy Action

ଯୁଦ୍ଧ ୨୦୨୨

ଯୁଦ୍ଧ ୨୦୨୨

1 min
211

ବାଣିଜ୍ୟ ରାକ୍ଷସ ଖେଳୁଛି ଖେଳ

କ୍ଷମତାର ମୋହ ଡ଼ାକୁଛି କାଳ

ନିରୀହ ଜନ ପେଶି ହୋଇଯାଏ

ପଡ଼ିଛି ତାହାର ଖରାପ ବେଳ,

ସାପକୁ ଚିହ୍ନରେ କେଳାକୁ ଜାଣ

ବୁଦ୍ଧିଲଗାଇ ଦେଖ ବିକୁଛି ବାଣ

ହୀନମନା ସେ ରକ୍ତର ବେପାରୀ

ନାଟ ଲଗାଇ ନାଟ ଦେଖେ ଜାଣ,

ଯୁଦ୍ଧକ୍ଷେତ୍ର ତାର ମୂଳପୁଞ୍ଜି ପରା

ନଖଘଷା ତାର ପୁରୁଣା ଅଭ୍ଯାସ

ପ୍ରଥମେ କହିବ ଯା' ଲଢିଯାରେ

ଅପେକ୍ଷା କରିବ ହେଉସେ ଶେଷ,

ଆସିଛି ସମ୍ମୁଖ ପ୍ରତିଦ୍ୱନ୍ଦ୍ୱୀ ତାର

ଛାନିଆରେ ତାକୁ ଗୋପନ ଜ୍ୱର

ଚକ୍ରାନ୍ତ କରୁଛି ନାଶିଦେବ ତାକୁ

ସେ ଯେ ମହାଶକ୍ତି ମାନେନି ହାର,

ତଥାପି ମଣିଷ ଚାହେଁ ଏତିକି

ବନ୍ଦ ହେଉ ଯୁଦ୍ଧ ଶାନ୍ତି ଆସୁ

ଅବନୀ ମା' କୁ ଚିରନି ଆଉ

ତା'ଓଠରେ ଟିକେ ହସ ଦିଶୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract