STORYMIRROR

Bharatabandhu Biswal

Action Inspirational Others

3  

Bharatabandhu Biswal

Action Inspirational Others

ମୁଁ ଜଣେ ନେତା

ମୁଁ ଜଣେ ନେତା

1 min
173


ନେତୃତ୍ୱ ନେବାର    ଅଛି ମୋ ଦକ୍ଷତା

     ନେତା ମୁଁ ଅପ୍ରତିଦ୍ୱନ୍ଦୀ

ଦୂରଦର୍ଶୀ ହୋଇ     ସଠିକ ନିଷ୍ପତ୍ତି

     ନେବାକୁ ଅଛି ମୋ ଶକ୍ତି ।


ଜୀବନ ଆଦର୍ଶ    ଅଟଇ ମୋହର

     ସତ୍ୟ ଶାନ୍ତି ଧର୍ମ ନ୍ୟାୟ

ନୁଆଁଏ ନାହିଁ ମୁଁ     ମଥାକୁ ତଳକୁ

     ମାନେ ନାହିଁ ବାଧା ଭୟ ।


କରଇ କର୍ତ୍ତବ୍ୟ     ଦୃଢ ସୁସଙ୍କଳ୍ପ

      ଏକନିଷ୍ଠ ଲକ୍ଷ୍ୟ ସିଦ୍ଧି

ଯୋଜନା ନିଶ୍ଚିତ   ହେଉ ଫଳପ୍ରଦ

     ରଖିପାରେ ତୀକ୍ଷ୍ଣ ଦୃଷ୍ଟି ।


ମାନବ ସମ୍ବଳ    ଶକତି ସମ୍ପଦ

     ଉତ୍ତମ ସୁବିନିଯୋଗ

ସଜ୍ଜନ ମଣ୍ଡଳୀ   ବିଚାର ବିମର୍ଷେ

     ଉଚିତ ନେବି ନିର୍ଣ୍ଣୟ ।


ଉତ୍ପାଦିକା ଶକ୍ତି    ନିରନ୍ତର ବୃଦ୍ଧି

     ମାନ ଗୁଣବତ୍ତା ରକ୍ଷା

ନ କରିବି କ୍ଷୁର୍ଣ୍ଣ   ଜ୍ଞାତ ବା ଅଜ୍ଞାତେ

    ହେବି ଲୋକପ୍ରିୟ ନେତା ।

           


Rate this content
Log in

Similar oriya poem from Action