STORYMIRROR

Sunanda Mohanty

Abstract Action Inspirational

3  

Sunanda Mohanty

Abstract Action Inspirational

ଜୀବନର ମାନେ

ଜୀବନର ମାନେ

1 min
199

ଜୀବନ ଥିଲେ କେତେ ଘନଘଟା 

କୋଉ କଥା ମିଠା କୋଉ ଦୃଶ୍ୟ ମିଠା 

କିଏ କହେ ତାର କପାଳ ଫଟା 

କିଏ କହେ ଯୁଝିଲା ବେଳେ ସଭିଏଁ ଗୋଟା 

ମାଆ ପୂଜା ଘରେ ପିନ୍ଧି ମଠା 

ଠାକୁରଙ୍କ ପାଇଁ କରଇ ପିଠା 

ଭୋଗ ବାଢୁଥାଏ ଠା କୁ ଠା 

ବାଣ ଫୁଟିଲେ ଠୋ ଠା 

ଏଲି ଆକାଶ ଦେଖିଲେ ଏଠା ସେଠା 

ଟିକି ଝିଅ କରେ ଟା ଟା ଏଲି ଟା ଟା 

କୋଉ କଥା ଖଟା କୋଉ ଦୃଶ୍ୟ ବି ଖଟା 

ଯୋଗାଡେ ସନିଆ କାଠି କୁଟା 

ବିଲରେ ବୁଣିବ ଫସଲ ଦି ଠା 

ଖାଇଦେଇ ପିଠା ଗଇଁଠା 

ଲଗାଇ ବାଡ଼ିରେ କାକୁଡି ଲଟା 

ଅଦିନ ବରଷା ଝଡିରେ ଅମାନିଆ ମନଟା 

କିଏ ବସେ ଘଡ଼ିଏ ଗାଁ ନଈପଠା 

ଭାବୁଥାଏ କରମ ବାମ ନିଲଠା 

କିଏ ଲେଖୁଥାଏ ବିଚ୍ଛେଦ କବିତା ଗୋଟା 

ସହରକୁ ଗଲା ପୁତ୍ର ଆନଲେଉଟା 

ପିତେଇ ମାଉସୀ ଲେଖୁଛି ଚିଠି ଗୋଟା ଗୋଟା 

ବୁଝୁନି କାହିଁକି ଉତ୍ତର ଆସୁନି ଭାଙ୍ଗିଯାଏ ହୃଦୟଟା 

ଏମିତି ଜୀବନ ଚାଲିଛି ଚାଲିବ ସରି ଯାଉଛି ସମୟଟା 

ପତ୍ରଝଡା ଦେଇ ଗଛଟା 

କହେ ଜୀବନର ମାନ ବୋଧେ ଏଇଟା 

କୁଣ୍ଠାବୋଧ କରନାହିଁ ମାନ ଜୀବନ ହିଁ ଏଇଟା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract