ଜୀବନର ମାନେ
ଜୀବନର ମାନେ
ଜୀବନ ଥିଲେ କେତେ ଘନଘଟା
କୋଉ କଥା ମିଠା କୋଉ ଦୃଶ୍ୟ ମିଠା
କିଏ କହେ ତାର କପାଳ ଫଟା
କିଏ କହେ ଯୁଝିଲା ବେଳେ ସଭିଏଁ ଗୋଟା
ମାଆ ପୂଜା ଘରେ ପିନ୍ଧି ମଠା
ଠାକୁରଙ୍କ ପାଇଁ କରଇ ପିଠା
ଭୋଗ ବାଢୁଥାଏ ଠା କୁ ଠା
ବାଣ ଫୁଟିଲେ ଠୋ ଠା
ଏଲି ଆକାଶ ଦେଖିଲେ ଏଠା ସେଠା
ଟିକି ଝିଅ କରେ ଟା ଟା ଏଲି ଟା ଟା
କୋଉ କଥା ଖଟା କୋଉ ଦୃଶ୍ୟ ବି ଖଟା
ଯୋଗାଡେ ସନିଆ କାଠି କୁଟା
ବିଲରେ ବୁଣିବ ଫସଲ ଦି ଠା
ଖାଇଦେଇ ପିଠା ଗଇଁଠା
ଲଗାଇ ବାଡ଼ିରେ କାକୁଡି ଲଟା
ଅଦିନ ବରଷା ଝଡିରେ ଅମାନିଆ ମନଟା
କିଏ ବସେ ଘଡ଼ିଏ ଗାଁ ନଈପଠା
ଭାବୁଥାଏ କରମ ବାମ ନିଲଠା
କିଏ ଲେଖୁଥାଏ ବିଚ୍ଛେଦ କବିତା ଗୋଟା
ସହରକୁ ଗଲା ପୁତ୍ର ଆନଲେଉଟା
ପିତେଇ ମାଉସୀ ଲେଖୁଛି ଚିଠି ଗୋଟା ଗୋଟା
ବୁଝୁନି କାହିଁକି ଉତ୍ତର ଆସୁନି ଭାଙ୍ଗିଯାଏ ହୃଦୟଟା
ଏମିତି ଜୀବନ ଚାଲିଛି ଚାଲିବ ସରି ଯାଉଛି ସମୟଟା
ପତ୍ରଝଡା ଦେଇ ଗଛଟା
କହେ ଜୀବନର ମାନ ବୋଧେ ଏଇଟା
କୁଣ୍ଠାବୋଧ କରନାହିଁ ମାନ ଜୀବନ ହିଁ ଏଇଟା ।
