ଅସରପା ସ୍ୱତନ୍ତ୍ର
,,,,,,,,,,,,,,,,,,,,,,,,,,
ଆଉ ଶୁଭୁନି ମାଗୁଣି ଶାଗଡ଼ିଆ ଗୀତ
ସେମିତି ବି ନାହିଁ ଆଉ ଶୀତ
ରେଡ଼ିଓ ରୁ ଶୁଭୁନାହିଁ ମଧୁର ସୃତି
ବସୁନାହିଁ ଗାଁ ଗାଁ ରେ ସେବେଳ ପନ୍ତି
ନାଁହାଁନ୍ତି ଆଉ ସେଇ ପ୍ରଜାପତି
ମନ ମହୁଥିଲା ପିଲାଙ୍କ ମନ ନିତି
ନାଁହାଁନ୍ତି ସେଇ ଝିଟିପିଟି
ନାତୁଣୀ କହୁଥିଲା ଚଟି ନାତି କହୁଥିଲା ଝିଟି
ଏବେ ସେମାନଙ୍କ ବଦଳିଛି ପାରିପାଟି
ଗୋଟେ ଜାଗାରେ ଦିଶୁନି ଦୁଇଟି ତିନୋଟି
ବରଂ ଲୁଚି ପଡି ପଡି ଉଠି ଚାଲନ୍ତି ଲେପଟି
ଆଉ ବେଙ୍ଗ ବି ତେଜି ସ୍ୱାର୍ଥ
ଦେଉନି ଜୀବନ ପରପିଢ଼ି ପାଇଁ ହିତ
ବଦଳି ଯାଇଛି ସମସ୍ତ ପ୍ରସ୍ତୁତି ନିତ୍ୟ
ମଣିଷ ପଶୁ ପକ୍ଷୀ ଜୀବନ୍ତ ସତ
କିନ୍ତୁ ଅଥଚ ତଥାପି ଅସାମାହିତ
କେବଳ ଅସରପା ଛାଡି ଖାଲ ଖମା ଗାତ
କାହିଁକି ହେଉଛି ଆଦୃତ
ଭାବି ଭାବି କବି ଲେଖିଦେଲି ବହୁତ
କିନ୍ତୁ ଜାଣିନି କୋଉଟା ତା ପାଇଁ ଅନୁସୃତ
ଅଥଚ ସେ ଏବେ ଲାଗୁଛି ପରିସ୍କୃତ
ଯଦିଓ ସେ କୀଟ କି ପତଙ୍ଗ ଜଣାନାହିଁ ଏଯାବତ
କିଏ କିଏ କହେ ଅସାମାପ୍ତ ଦୁନିଆଁ ରେ
ସେ ଏକା ସତ ସତ୍ୟ ଓ ଚେତନା ଚୈତନ୍ୟ ଆପ୍ଲୁତ
,,,,,,,,,,,,,,,,,,,,,,