STORYMIRROR

Hemanta Kumar Nayak

Comedy Fantasy Others

4  

Hemanta Kumar Nayak

Comedy Fantasy Others

ପରଖି ରଖିଥା

ପରଖି ରଖିଥା

1 min
14


ଜଳ ଜକଜକ       ଗଳେ ସରସର 

     ଗଳା ଗତଗତ କିଆଁରେ 

     ବିଅଳ ବିତଣ୍ଡା ପୁଆରେ....।

ସେମିତି କିସମ      ହୋଇଲେ ଜନମ 

     ଆଗାମୀ କାଲିର ଛୁଆରେ 

     ବାପ କାନ୍ଦେ କୁଆଁ କୁଆଁରେ ।।


ପଶୁ ପକ୍ଷୀ ଜଳ-       ଜୀବକୁ ଖାଇକି 

       ମଣିଷ ହେଉଛି ବଳୁଆ 

       ଶାନ୍ତି ନାହିଁ ସବୁ ଖଳୁଆ...।

ମାଆ' ଭଉଣୀ କେ      ବିଚାର ରହୁନି

      ଦେଖିକି ହେଉଛି ଲାଳୁଆ 

      ସତେ କି ଗୋଖର ଡାଳୁଆ ।।


ଶହେରୁ ନବେ         ମଣିଷ ଏବେ 

      ପୀଡ଼ିତ ରକ୍ତ ଚାପରେ 

     କେତେ ବଢ଼ି ଗଲା ପାପରେ...।

ମୌସୁମୀ ଆଉ         ବରଷୁ ନାହିଁ 

       ବରଷୁଚି ଲଘୁଚାପରେ 

      କାହାର ଏ ଅଭିଶାପରେ ।।


ସେ ମଧୁମେହ        କରୁଚି ସ୍ନେହ 

     ଖାଇ କେତେ ଶାଗୁଆତିକୁ

     ଜାଣିଥା ମଣିଷ ଜାତିକୁ ...।

ନିଜ ଗୋଡ଼କୁ        ନିଜେ ହାଣୁଚି

      ହାତରେ ବାନ୍ଧିକି କାତିକୁ 

      ପରଖି ରଖଥା ସାଥିକୁ ।।

---------------------------------------------------


ବି.ଦ୍ର- 

୧-ବିଅଳ ବିତଣ୍ଡା=ଏକ କିସମର ସାରୁ। ଆଷାଢ଼ ମାସରେ ଅମଳ ହୁଏ। ସହଜରେ ସିଝେ ନାହିଁ। ଅନ୍ୟ କିସମ ଅପେକ୍ଷା ଅଧିକ ଆଦ୍ର ଏବଂ କୁଣ୍ଢେଇ ହୁଏ।

୨- ଶାଗୁଆତି= ଛେଳି ମାଂସ।

୩- ଗୋଖର ଡାଳୁଆ= ଡାଳୁଆ ଗୋଖର। ଏକ ପ୍ରଜାତିର ବିଷାକ୍ତ ନାଗ ସାପ।

୪-ପରଖ ଇ = ପରଖି= ପରୀକ୍ଷା ; ଗୁଣ ଦୋଷର ବିବେଚନା କରିବା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy