STORYMIRROR

Hemanta Kumar Nayak

Abstract Romance Others

3  

Hemanta Kumar Nayak

Abstract Romance Others

ବିଭାବନା

ବିଭାବନା

1 min
161

ମାଟି ଗୋଡି ପରେ ସୂର୍ଯ୍ୟ ରଶ୍ମୀ ପଡ଼ି

ଜହ୍ନ ଯଦି ଏତେ ସୁନ୍ଦର

ସତେ ଏଇ ମହୀ କେମିତି ଦିଶନ୍ତା

ସଜ୍ଜା ହୋଇ ଥିଲେ ମୁକୁର

କିଏ ବା କଳନ୍ତା ଉଜ୍ଜ୍ୱଳ

ସରମୀ ପ୍ରିୟାର ନରମି ମୁହଁଟା

ସେମିତି କରୁଛି ପାଗଳ

ଜହ୍ନ ଦେହେ ଦେଖ ଛାୟା ମୃଗ

ମାୟା ବିରଚିତ ଭିନ୍ନ ସ୍ବର୍ଗ , 

କାଳିମାରେ ତା'ର କଳପନା ମୋର

ପୁର୍ଣ୍ଣ କରିଦିଏ ପ୍ରେମ ପର୍ବ

ପାଗଳ କୁହ କି ପ୍ରେମିକ କୁହ

କହିଦିଅ ମନ କଥା

ନ କହିଲେ କିଛି ପାରିବିନି ବଞ୍ଚି

ଜହ୍ନ ହାତେ ଦେବ ବାର୍ତ୍ତା

ତୁମ ପାଇଁ ପରା ଜହ୍ନ ଆଉ ତାରା

ସଭିଙ୍କୁ କରିଛି ଦୂତ

ଚଇତି ରାତିରେ ତୁମରି ସ୍ମୃତିରେ

ବାସର ଶେଯ ମୋ ଛାତ

ଦକ୍ଷିଣି ପବନ ଦେହେ ଶିହରଣ

ଖେଳାଇ ଦେଉଛି ଯେତେ

ରଜନୀ ଗନ୍ଧାରେ ତୁମ ଦେହ ବାସ୍ନା

ବିଭୋର କରୁଛି ସେତେ

ରାତି ଦୁଇ ଘଡ଼ି ରହିଲା କି ବାକି

ଫୁଟିଲାଣି ମଲ୍ଲୀ କଢ

ଚାହୁଁ ଚାହୁଁ ପୁଣି ବିଭାବରୀ ଯାଏ

ପକ୍ଷୀ ଛାଡେ ତା'ର ନୀଡ଼ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract