STORYMIRROR

Hemanta Kumar Nayak

Inspirational

3  

Hemanta Kumar Nayak

Inspirational

ପଥପ୍ରାନ୍ତେ

ପଥପ୍ରାନ୍ତେ

1 min
145


ସତେଜ ଦିଶୁଛି ଆଜି

କୃଷ୍ଣଚୂଡ଼ା କବରୀରୁ ଝରିପଡିଥିବା ଚୁନା ଚୁନା ଫୁଲର ସ୍ତବକ ।


ସଚିତ୍ର ପୁଷ୍ପ ରେଣୁରେ 

କାହା ଆଗମନର ଶୁଭ ସଙ୍କେତ

କିଏ ସେହି ଶୁଭକାଂକ୍ଷୀ ଆଗନ୍ତୁକ !!


ବିହଙ୍ଗକୁ ମିଳିଯାଇଛି 

ମୁଠାଏ ମୁକ୍ତ ଆକାଶ।

ପ୍ରଦୂଷଣରେ ଅଣନିଃଶ୍ୱାସୀ ହେଉନାହିଁ ଆଗଭଳି 

ଚଞ୍ଚଳ ବତାସ ।।


ନଗରର ନିର୍ଜନ ରାସ୍ତାରେ

ବିଚରଣ କରୁଥିବା ବନ୍ୟପ୍ରାଣୀମାନେ ଏବେ ନିର୍ଭୟ । 


ମାଆ ଆଉ ମାଟିର ମମତା ବୁଝିଛି ବୋଧେ ପ୍ରବାସୀ ମଣିଷ 

ଘର ବାହୁଡ଼ା ପାଇଁ ବ୍ୟାକୁଳ ଅଥୟ।।


ବ୍ୟସ୍ତ ବିବ୍ରତ ମଣିଷଟି

ପ୍ରଭାତକୁ ଅପେକ୍ଷା କରିଛି 

ସ୍ୱଇଚ୍ଛାରେ ଦେଖିବାକୁ 

ସତେ ଅବା ନୂଆ ସୂର୍ଯ୍ୟୋଦୟ।


ଇଏ କଣ ବିବର୍ତ୍ତନର ନୂଆ ସୋପାନରେ

ସଭ୍ୟତାର ନୂଆ ପରିଚୟ ???  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational