STORYMIRROR

Hemanta Kumar Nayak

Inspirational Others Children

4  

Hemanta Kumar Nayak

Inspirational Others Children

ମନେ ରଖିଥାରେ ଧନ

ମନେ ରଖିଥାରେ ଧନ

1 min
278

ମନରେ ହଜାରେ ଦୁଃଖ ଥିଲେ ଥାଉ

ମୁଖେ ରଖିଥାଅ ହସ ,

ଦୁନିଆରେ କେହି ମନ ଦେଖନ୍ତିନି

ଦେଖନ୍ତି ଉପର ବେଶ ।


କା' ଆଗେ କହିବୁ ନିଜ କ୍ଷତ କଥା 

କିଏ ଲଗେଇବ ମଲମ,

ମଲମ ସଭିଙ୍କ ଘରେ ତ ନଥାଏ

ଲବଣରେ ଦେବେ ଜଳନ ।


ବଙ୍କା ତେଢା କଣ୍ଟା କାନ୍ଥରେ ନପିଟି

ସଳଖିଆ ଦେଖି ପିଟନ୍ତି

ଦାମ୍ଭିକିଆ ଲୋକ , ଦମ୍ଭରେ ରହନ୍ତି

ସରଳିଆ ଲୋକ ମରନ୍ତି ।


ଏତ ଦୁନିଆଁର ବିଚିତ୍ର ବିଧାନ

ମନେ ରଖିଥାରେ ଧନ ,

ସବୁ କର୍ମ ତୋର ସ୍ବାଇଁଙ୍କୁ ସମର୍ପି 

ସଦା ରଖିଥିବୁ ଧ୍ୟାନ ।


ଆମ ପଛେ ପଛେ ଯିଏ ଆସୁଥାଏ

ନାଁ ଟି ତାହାର ଛାୟା,

ଆମେ ଯାହା ପଛେ- ପଛେ ଗୋଡାଉଛେ

ସେସବୁ କେବଳ ମାୟା ।


ଦାରୁ ଦିଅଁ ପରା କୀରଟରେ ରଖି

ବୁଲନ୍ତି ମୁଣ୍ଡେଇ ଦୂବକୁ ,

ବଡ଼ ସାନ ପାଇଁ ଗୋଟିଏ ମଶାଣି

କିଏ ଅବା ଯିବ ଦୂରକୁ ।


Rate this content
Log in

Similar oriya poem from Inspirational