STORYMIRROR

Hemanta Kumar Nayak

Abstract Inspirational Others

3  

Hemanta Kumar Nayak

Abstract Inspirational Others

ଅବିଚ୍ଛେଦ

ଅବିଚ୍ଛେଦ

1 min
146

ଏକ ଅଙ୍ଗ ଯେବେ ପୁଷ୍ପ ସ୍ପର୍ଶ କରେ

ଆନ ଅଙ୍ଗ ହୁଏ ତୁଷ୍ଟ,

ଏକ ଅଙ୍ଗେ ଯେବେ କଣ୍ଟକ ବାଜଇ

ଆନ ଅଙ୍ଗ ପାଏ କଷ୍ଟ ।


ଅଙ୍ଗେ ଅଙ୍ଗୁରୀୟ ନୁହେଁ ପ୍ରିୟ ସହୀ

ସେତ ଅଭ୍ୟନ୍ତର ଅଙ୍ଗ,

ସୁବର୍ଣ୍ଣର ସଙ୍ଗେ କିବା ମୋ ତୁଳିବା

ହେବ ଧୀର ପଣ ସଙ୍ଗ ।


ଅଙ୍ଗେ ଅଙ୍ଗରାଗ ନୁହେଁ ମୁଁ ତୁମର

କହିଥିଲ ଅନୁରାଗେ,

ଶିରା ପ୍ରଶିରାରେ ପ୍ରବାହ ରୁଧିର 

ଦେହରେ ମୋ ପ୍ରାଣ ଯାଗେ।


ଚମ୍ପା ବର୍ଣ୍ଣ ତନୁ ସମ୍ପା ଛୁଆଁ ଦିନୁ

ହୋଇଗଲ ସିନା ମଳୁ,

କିନ୍ତୁ ମୁଁ ଯନ୍ତ୍ରଣା ଜୁଇରେ ଜଳୁଛି

ପ୍ରତିକ୍ଷଣ ସେହି କାଳୁ।


ଦେହ ତ ଦୂରେଇ ରହୁଚି ଦେହଠୁ 

ହେବା ପାଇଁ ଉପଶମ,

ବିଚ୍ଛେଦ ସମ୍ଭବ ନୁହେଁ ସ୍ବଦେହରେ

ଥିବା ଯାଏ ପ୍ରାଣ ମମ।


ଦୁଇ ଦେହ ଏକ- ଆତ୍ମାରେ ରହିବା

ମିଳନର ମହାପର୍ବ,

ଅମରାବତୀର ଆବଶ୍ୟକ ନାହିଁ

ଇହ ଧାମ ହୁଏ ସ୍ବର୍ଗ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract