Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hemanta Kumar Nayak

Classics Others Children

3  

Hemanta Kumar Nayak

Classics Others Children

ଘେନ ମୋ ପ୍ରଣାମ ଗାନ୍ଧୀ

ଘେନ ମୋ ପ୍ରଣାମ ଗାନ୍ଧୀ

1 min
192



  ( ଛନ୍ଦ- ରସକୁଲ୍ଯା )


ତାପସ ହେ ତୁମ' ତପର ବଳେ

ଜନମ ଲଭିଲ' ଏ ମହୀ ତଳେ

ପ୍ରାଚୀନ ଭାରତ' ପୁଣ୍ୟର ଧାମ

ରଖି ଦେଲ ଟେକ' କରି ସୁକର୍ମ

ଘେନ ମୋ ପ୍ରଣାମ ଗାନ୍ଧୀ

ଏ ସାରା ସଂସାରେ ଆଉ କେ ହୋଇବ

ତୁମ ପରି ସତ୍ୟବାଦୀ।


ପିନ୍ଧି ଏକ ବସ୍ତ୍ର' ଆଣ୍ଠୁର ଯାଏ

କୋମଳ ବଚନ' କଣ୍ଠରେ ଥାଏ

ଏକତାର କଥା' ଶୁଣାଉ ଥିଲ

କୋଟି ଜନ ମନ' ଚୋରାଇ ନେଲ

ଅହିଂସାର ମନ୍ତ୍ର ଗାଇ

ଏ ଧରଣୀ ମାତା  ଧନ୍ୟ ହୋଇଅଛି

ତୁମ ପରି ପୁତ୍ର ପାଇ ।


ରଘୁପତି ରାଘ'ବ ରାଜା ରାମ

ଥିଲା ତୁମ ପାଇଁ' ପ୍ରିୟ ଭଜନ

ତୁମେ ହେଲ ଆମ' ଜାତିର ପିତା

ତୁମ ହାତେ ଶୋଭା' ପବିତ୍ର ଗୀତା

ଝୁରେ ଏ ଭାରତ ଭୁଇଁ

ମଣିଷ ହୋଇ କି  ଜନମୀଲ ସିନା

ରହିଲ ଈଶ୍ୱର ହୋଇ।


Rate this content
Log in

Similar oriya poem from Classics