STORYMIRROR

Chinmay Behera

Abstract Others

3  

Chinmay Behera

Abstract Others

ଲକ୍ଷ୍ୟ

ଲକ୍ଷ୍ୟ

1 min
161

ଆସ ଛୁଇଁବା,ହାତ ପାଉ ନଥିବା ଛାଇକୁ

ପରଖିବା ଭାଗ୍ୟର ଭାଗଫଳକୁ,

କପାଳର ରେଖାକୁ ଲମ୍ବେଇ ଦେବା

ପରିଶ୍ରମର ରାସ୍ତାରେ ।


ଆଖି ଦେଖି ନଥିବା ସୂର୍ଯ୍ୟୋଦୟ

ଦେଖିବ ଦେଖିବ ବୋଲି ଅନେଇଛି

ବହୁତ ଦିନରୁ - 

ଆସ ଆଣ୍ଠେଇବା ଆଗରୁ

ଅଣ୍ଟା ସଳଖ କରି ଚାଲିବା ଆଜିଠାରୁ ।


ତୁମେ ଭାବୁଥିବ

ସେ ଛୁଇଁବ ଛୁଇଁବ ବୋଲି ହେଉଛି

ଜମାଟ ବନ୍ଧା ଦୁଃଖର ଦଧିନଉତୀକୁ,

ହେଲେ ଭଲକରି ଦେଖ

ଧର୍ଯ୍ୟର ତାବିଜରେ 

ସଜଫୁଟା ଗୋଲାପର କଢି ଆଜି ଡାକେ

ସାଧନାର ଯଜ୍ଞ କୁଣ୍ଡେ ଦେବାପାଇଁ ସିଦ୍ଧିର କବଚ ।


ମୁଁ ତ ସବା ଶେଷ ଲୋକ

ଦୌଡ଼ିବା ଏବେ ଆରମ୍ଭ କରିଛି,

ମୁଁ ବି ଛୁଇଁବି ପୂର୍ଣ୍ଣତାର ମହାକୁମ୍ଭ

ଆଉ ଯେତେ ପ୍ରାପ୍ତିର ପୀୟୂଷ

ବିଶ୍ୱାସର ବିଶ୍ୱାବସୁ ପାଖେ

ଭିନ୍ନ ଏକ ଲକ୍ଷ୍ୟର ଲଗ୍ନରେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract