କରୋନା ଯୋଦ୍ଧା
କରୋନା ଯୋଦ୍ଧା
ତୁମରି ଜୀବନ ତୁମରି ହାତରେ
ଏକଥା ତୁମକୁ ଜଣା
ତଥାପି କାହିଁକି ଅମାନିଆ ହୋଇ
ମିଛେ ହୁଅ ବାଟବଣା ।
କି ଲାଭ ପାଉଛ ବାହାରେ ବୁଲୁଛ
ଘର ଭିତରେ ନରହି
ନିଜେ ମରି ଯାହା ଅନ୍ୟକୁ ମାରୁଛ
ଭୂତାଣୁକୁ ବୋହି ବୋହି ।
ବାହାଘର ଆଉ ଦଶାହ ଭୋଜିରେ
ଏକ ସଂଗତରେ ବସି
ରୋଗକୁ ଟାଣୁଛ ନିଜ ଭିତରକୁ
ସ୍ୱଇଚ୍ଛାରେ ହସି ହସି ।
ମଶାଣୀ ଡାକୁଛି ବହୁତ ପାଖରୁ
ଦେବାପାଇଁ ଫୁଲହାର
ଜୀବନ ଛୁଉଁଛି ଜୁଇର ପାଉଁଶ
ଏଠି ଖାଲି ବାର ବାର ।
ହାଡର ହିଡରେ ହାଉଳି ଖାଉଛି
ଅଶୀ
ବରଷର ବାପ
ପୁଅ ତାର ଆଉ ଫେରିବନି କେବେ
ଲିଭିଛି ଜୀବନ ଦୀପ ।
ଉଜୁଡ଼ି ଯାଉଛି କେତେ ପରିବାର
ଆଖିରୁ ଶୁଖୁନି ଲୁହ
ଧଳା ଶାଢ଼ୀ ଆଉ ଭଙ୍ଗା ମନ ନେଇ
ପଡିଛି ପୁଙ୍ଗୁଳା ଦେହ ।
କେତେଦିନ ଆଉ ଭୋଗୁଥିବା କୁହ
କଲା କରମର ଫଳ
ସଚେତନ ହୁଅ ଛୁଆ ଠାରୁ ବୁଢା
ଆଉ ନାହିଁ ଜମା ବେଳ ।
ତୁମ ପାଇଁ ଏଠି ଦିନ ରାତି ବସି
କରିଅଛୁ ଏକାକାର
ଆମେ ପରା ସବୁ ଆଶାର କିରଣ
ରୋଗକୁ କରିବୁ ଦୂର ।
ନାକକୁ, ପାଟିକୁ, ହାତକୁ ଘୋଡେଇ
ଜୀବନ ଲଗେଇ ବାଜି
ମରଣ ସହିତ ଖେଳୁଛୁରେ ଆମେ
କରୋନା ଯୋଦ୍ଧା ସାଜି ।