ଶନି
ଶନି
ବଳୟର ମଧ୍ୟେ ବିରାଜିତ ତୁମେ
ଆହେ ନୀଳାମ୍ବର,କାଳ
ଆହେ ସୂର୍ଯ୍ୟପୂତ,ପାତଙ୍ଗୀ,ଅସିତ
ବୋଲାଇଲ ଅମଙ୍ଗଳ ।
ଗୋଟିଏ ରାଶିକୁ ପାରିହେବା ପାଇଁ
ଲାଗେ ଅଢ଼େଇ ବରଷ
ସେଥିପାଇଁ ପରା 'ମନ୍ଦ' ନାମ ବହି
ବଢ଼ାଉଛ ଯାହା କ୍ଳେଶ ।
ହେ ଗ୍ରହନାୟକ,ପଙ୍ଗୁ,ଛାୟାସୁତ
ନୀଳବସା କଳାକାର
କ
ାଳରାତ୍ରୀ ଘେନି ଉଭା ହେଇଯାଅ
ଯେବେ ଆସେ ଶନିବାର ।
ଦେହପୀଡ଼ା ଠାରୁ ଧନକ୍ଷୟ ଯାଏ
ସବୁଠି ତୁମ ଦହନ
ଦୁଃଖର ଦୁନ୍ଦୁଭି ଛୁଇଁ ଛୁଇଁ ବଢ଼େ
ମାନସିକ ଉତ୍ପୀଡ଼ନ ।
କେତେବେଳେ କର ବିତ୍ତଲାଭ ପୁଣି
କେତେବେଳେ ବିତ୍ତନାଶ
ତୁମରି ଫାଶରେ ଧରା ପଡ଼ିଗଲେ
ହୁଏ ଖାଲି ସର୍ବନାଶ ।