STORYMIRROR

Shiba Charan Mahapatra

Abstract Others

3  

Shiba Charan Mahapatra

Abstract Others

ଶୂନ୍ୟ ମନ୍ଦିର -(ଏକ)

ଶୂନ୍ୟ ମନ୍ଦିର -(ଏକ)

1 min
425


ଜୀବନ ଜଳୁଛି ଦୀପ ଶିଖା ସମ

ଦୀପ ତଳ ଘନ ଅନ୍ଧାର

ଦେବତା ବୁଲନ୍ତି ବାଟରେ ଘାଟରେ

ଫାଙ୍କା ପଡିଅଛି ମନ୍ଦିର..


କେ କାହୁଁ ଚିହ୍ନିବ ପରଦା ପଛରେ

ରଙ୍ଗ ହୀନ ଦୀପ କାହାର

କେଉଁଠୁ ଆସିଲା କେଉଁଠିକୁ ଯିବ

ଘରଣି ସେ ପର ନରର..


ଘର ଛାଡି ଦେଇ ନାରୀ ହୁଏ ନର

କୁହୁଡ଼ି ରେ ରଚେ ସଂସାର

ବୁଝିଲା ବେଳକୁ ସଂଜ ଆସି ଠିଆ

କୁହୁଳେ ଜଳିବା ଅଙ୍ଗାର..


ହେତୁ ଜାଳିଥିଲା ଦିନେ ଯେ ଅଙ୍ଗାର

ଅହଂ ଘୃତ ଢଳା ଶରୀର

ସେ ଘୃତ ସାଜିବ ଆଦ୍ର ବାରିଧାରା

ସଉତୁଣୀ ପରି ଦୀପ ର..


ଏକ ଘରେ ଦୁଇ ଭିନ୍ନ ତରବାରୀ

ସଙ୍ଗୀତ କି ଜମେ ଆସର

ଘଣ୍ଟ ଶଙ୍ଖ ଧ୍ୱନୀ ପ୍ରକମ୍ପିତ ହେବ

ମନ୍ଦିରେ ଫେରିଲେ ଠାକୁର..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract