STORYMIRROR

Shiba Charan Mahapatra

Romance Others

4  

Shiba Charan Mahapatra

Romance Others

ଆଖି

ଆଖି

1 min
137


ସଖି' ଭାରି ଦଗାଦିଆ ଏଇ ଆଖି

କେବେ ଝରା ଶ୍ରାବଣରେ ମଧୁଭରା ନିଶା କେବେ କାଳ ବଇଶାଖି

ସଖି' ଭାରି ଦଗାଦିଆ ଏଇ ଆଖି..!!


ସେଇ ଆଖି କୂଳେ କେତେ ଯେ ଦରିଆ ସଂଗୋପନେ ଗଲେ ହଜି

ସେଇ ଆଖି କୂଳେ କେତେ ନାଉରିଆ ଗଲେଣି ସପନ ଖୋଜି..!

କିଏ ଫେରିଆସେ କିଏ ଫେରେ ନାହିଁ ସାଖି ଅଛି ଏଇ ଆଖି

ସଖି'ଭାରି ଦଗାଦିଆ ଏଇ ଆଖି..!!


ଆଖି କହେ କେତେ ଆଖି ତଳ କଥା ଗୋପନେ ସହେ ଯା' ଆଖି

ଆଖି ସହେ ପୁଣି ଆଖି ଛଳ ବ୍ୟଥା ଜୀବନେ ଭେଟେ ଯା ଆଖି..!

ଗରମ ନିଃଶ୍ବାସେ ମରମ ବେଦନା ସହେ ପୁଣି ଏଇ ଆଖି

ସଖି' ଭାରି ଦଗାଦିଆ ଏଇ ଆଖି..!


ନିର୍ଜନ ପଥରେ ଡାକେ ଆଖି ଠାରି କଥା କୁହା ଆଖି ଯା'ର

ଗହଳି ଭିତରେ ସେଇ ଆଖି ପୁଣି ସାଜିପାରେ ସ୍ୱାର୍ଥପର..!

ହୃଦ କୁଞ୍ଜବନେ ବେଳ ଅବେଳରେ ନଚାଇ ପାରେ ଏ ଆଖି

ସଖି ଭାରି ଦଗାଦିଆ ଏଇ ଆଖି..!


କ୍ରମଶଃ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance