STORYMIRROR

Shiba Charan Mahapatra

Classics

3  

Shiba Charan Mahapatra

Classics

ଘାସ ଫୁଲ

ଘାସ ଫୁଲ

1 min
184


ସାରା ରାତି ବର୍ଷା

ରାଜାପୁଅ କେଉଁ କଳାହାଣ୍ଡିଆ ମେଘ ଠାରୁ କମ୍ କି

ଜାଣେ ଏକା ବସ୍ତି ତଳ ଚାନ୍ଦ..!

ସେ ଏକଥା ବି ଜାଣେ ମେଘ ମାନେ ଚିରକାଳ ଅସ୍ଥାୟୀ ପରଦେଶୀ

ଠିକ୍ ବହୁରୂପୀ ଏଣ୍ଡୁଅ ରଂଗ ଭଳି

ପଲକେ ବଦଳେଇ ପାରନ୍ତି ସେମାନେ ସାରା ଦୃଶ୍ୟପଟ୍ଟ..!


ସେତିକି ତାଂକ ଭାଗ୍ୟ

ଯେତିକି ରାଜାପୁଅ ମନ୍ଦିର ଦିଅଁ ହେବା ଆଉ 

ଚାନ୍ଦ ଆଜୀବନ ପାହାଚ ନଛୁଇଁବା !!


କେହି କହିବା ଆଗରୁ ସେ ବୁଝିଯାଏ ତା' ନରମ ପାଖୁଡ଼ା ଅଦରକାରୀ 

କେଉଁ ଡ୍ରେସିଂ ଟେବୁଲ୍ ଫୁଲ ଦାନୀ ଅବା ଫୁଲ ହାର ପାଇଁ

ତଥାପି ସେ ହସୁଥାଏ ଦିଗ୍ ବିଜୟୀ ସମ୍ରାଟ ଭଳି

ଲଢ଼ିବାକୁ ଈଶ୍ୱର ବିପକ୍ଷରେ,ଚିର ପ୍ରସ୍ତୁତ..!


ବୋଧହୁଏ ସେ ଜାଣି ସାରିଥିଲା

ବିନା ସଂଘର୍ଷର ଜୀବନ କ'ଣ ଜୀବନ ?




ଏ କେମିତିକା ଦୃଶ୍ୟ

ଅସ୍ତ୍ର ଶସ୍ତ୍ର ସନ୍ତ୍ରାସ ବିନା ଯାଚିଦେଲ ତୁମେ ଅପମୃତ୍ୟୁ ତାର..!


ଆହାଃ,ଅଣଦେଖା ଅଲୋଡ଼ା ହତାଦର କରିବାର ଥିଲା 

ତ ଏ ଘାସ ଫୁଲ ଜନ୍ମ କାଇଁ ସାଆନ୍ତେ

କଲନି ତାକୁ କବିତା ଅବା ନିଦା ପଥର

ତୁମ ମୁଖଶାଳା ନହେଲା ନାହିଁ,

ଚଟାଣରେ ପଡ଼ି ପଡ଼ି ସେବିଥାନ୍ତା ଶ୍ରୀଅଙ୍ଗ ପୟର !




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics