STORYMIRROR

Shiba Charan Mahapatra

Romance

3  

Shiba Charan Mahapatra

Romance

କୃଷ୍ଣପକ୍ଷ

କୃଷ୍ଣପକ୍ଷ

1 min
245

ଆମ ପିଠିର ଯେଉଁ କଳା ଦାଗ ରାଶି ସଦୃଶ 

ମନେଅଛି ତୁମର

ଉତ୍ତେଜନା ନୁହେଁ ସମ୍ବେଦନାରେ ଦିନେ ଛୁଇଁଥିଲେ 

ଦୁହେଁ ଦୁହିଁଙ୍କ ସେ କଜଳ ଚିହ୍ନ..!


ପ୍ରଥମ ଛୁଆଁ ଚାରି ଚକ୍ଷୁ ନବଯୌବନ ଦର୍ଶନ

ଅଭୁଲା ନିଶ୍ଚିତ

କ୍ଷଣିକେ ଜୀଇଁଥିବା ଜନ୍ମ ଜନ୍ମାନ୍ତର ମୁହୂର୍ତ୍ତ..!


ଭୁଲିଥିଲେ ଆମେ ମଣିଷ

ପକ୍ଷୀ ଜନ୍ମ ହେଲା ଆମର

ଆମେ ସମବେତ କଣ୍ଠେ ବୋଲିଲେ

ବସା ଛାଡିଥିବା ମୁକ୍ତି ସଙ୍ଗୀତ..!


ନାଚିଥିଲେ ପବନ ପଞ୍ଝାକ ସହ ତାଳ ଦେଇ

ନଥିଲା ଝଡ଼ର ବିଗୁଲ୍ ନଥିଲା ଭୟର ମଶାଲ

ଆମ ହାତରେ ପ୍ରେମ 

ସ୍ୱର୍ଗଲୋକ ଫୁଲ,ମନେଅଛି ତୁମର..!?


ତୁମ ପିଠିର ତିଳ ଚିହ୍ନ ଜଙ୍ଗଲୀ ଟିଙ୍କ

ବଢୁଥିଲା ଦିନ ଦିନ

ଶୋଷୁଥିଲା ତୁମ ଲହୁରୁ ବିଶ୍ୱାସ ମୋ ଲୁହରୁ ଲବଣାଂଶ

ଆମେ ସବୁ ନିଶାସକ୍ତ ଥିବା ବେଳେ ନିଜ ଉଡାଣରେ 

ଅଦୃଶ୍ୟରେ ଭଉଁରୀ ଭିତରେ 

ସମ୍ପର୍କ ଛାଡୁଥିଲା ଶେଷନିଃଶ୍ୱାସ..!


ଓଦା ବାଲିରେ 

ଆମେ ଲେଖିଥିବା ତିଳ ଚିହ୍ନ ଆତ୍ମକଥା ଦେଖି

ତୁମେ ହସି ହସି କହିଥିଲ ସେଦିନ

ପ୍ରେମରେ ଜଳିବା ଅତି ସାଧାରଣ ବ୍ୟଥା..!


କିନ୍ତୁ କଥା ତ ସେତିକି 

ତୁମେ ଜିଇଁବାକୁ ମୋତେ ଜାଳୁଥିଲ

ମାଗୁଥିଲ ମୋର ସମସ୍ତ ଆଲୋକ 

ମୁଁ ବିନା ଦ୍ବିଧାରେ ମୋ ପକ୍ଷ ଅନ୍ଧାର ରଖି 

ପୂର୍ଣ୍ଣିମା ଯାଏଁ ତୁମକୁ, ଯାଚିଥିଲି ମୋ ଦେହ ନିର୍ମୋକ..!


ଏବେ ତିଳ ଚିହ୍ନ କଥା କ'ଣ ଯେ

ସେ ତିଳ ଚିହ୍ନ 

ତୁମ ଜହ୍ନ ଦେହ କଳଙ୍କ ସୌନ୍ଦର୍ଯ୍ୟତା ଅଭିମାନ

ବାଜେ ଫର୍ଦ୍ଦ ମୁଁ

ଅଣଦେଖା ମୋ ଛାତି ତଳ ବାରୁଦ

କିନ୍ତୁ ସତ କହିଲ ଏବେ ଅନ୍ଧାରରେ କିଏ..!?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance