STORYMIRROR

Shiba Charan Mahapatra

Romance Classics

4  

Shiba Charan Mahapatra

Romance Classics

ପ୍ରେମିକ

ପ୍ରେମିକ

1 min
177


#ପ୍ରେମିକ..!!


ତୁମେ ପଥର ଭାଙ୍ଗିବାକୁ କହିଲ 

ମୁଁ ହାତୁଡା ମାରିଲି 

ଯାହା ଭାଙ୍ଗିଗଲା ନଈ ଯାହା ଭାଙ୍ଗିଲାନି ମୂର୍ତ୍ତି

ମୁଁ ଏବେ କ'ଣ କରିବି..!


ତୁମେ ଗୀତ ଗାଇବାକୁ କହିଲ

ମୁଁ ତୋଳି ଧରିଲି କଣ୍ଠ

ଯାହା ଫୁତ୍କାରି ଫଣା ଟେକିଲେ ଶ୍ଳୋକ 

ଯାହା ମୁଣ୍ଡ ହଲେଇ ନାଚିଲେ ଆଳାପ

ମୁଁ ଏବେ କେଉଁ ରାଗ ବୋଲିବି..!


ତୁମେ ଚାଲିବାକୁ କହିଲ ମୁଁ ବଢ଼େଇଲି ପାଦ

ଯେଉଁଠି ପାଦ ଥକିଲା ଗନ୍ତବ୍ୟ 

ଯେଉଁଠି ବାଟ ସରିଲା ସିଏ କି ପାଦ

ମୁଁ ଏବେ କେଉଁ ରାସ୍ତାରେ ଯିବି..!


ତୁମେ ପ୍ରେମ ମାପିବାକୁ କହିଲ

ମୁଁ ଖୋଲିଦେଲି ହୃଦୟ 

ଯେତେଦୂର ବୋହିଗଲା ନଈ ଶସ୍ୟ ଶ୍ୟାମଳ ଜନପଦ

ଯେବେ ପୋତିଦେଲି ମାପ ଦଣ୍ଡ

ଭଉଁରୀ ଭିତରେ ରସାତଳ ମୁଁ ମୋ କବିତା ଆଉ ଗଳ୍ପ

ଫେରିବାର ବାଟ କେହି କୁହ..!


ଜାଣିଛ, ଜୀବନ ଆରମ୍ଭରୁ ଅନ୍ତ ସବୁଠି

କର୍ତ୍ତା କେବଳ ତୁମେ

ମୁଁ ଖାଲି ନିଦା ପଥର ଅମଡ଼ା ବାଟ ବେରାଗ ସଂଗୀତ ପରି 

ଦରଦି ପ୍ରେମିକଟେ ,ମୋତେ ପ୍ରେମ କରିବ..!?

ଆସୁନ..ଆସ..!

ନଈ ହୋଇ ରାଗ ସଂଗୀତ ତୋଳି

ପାହାଡ଼ରୁ ସାଗର ଯାଏଁ ମୋ ସାଥେ ବାଟ ଚାଲୁଥିବ..!!


ଶିବ ଚରଣ ମହାପାତ୍ର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance