STORYMIRROR

Kabiratna Nutan Kumar Behera

Romance Classics

4  

Kabiratna Nutan Kumar Behera

Romance Classics

ପ୍ରେମର ତ୍ରିଧାରା

ପ୍ରେମର ତ୍ରିଧାରା

1 min
285

   


ପ୍ରେମର ଦୁନିଆଁ...ପ୍ରେମରେ ଜୀବନ

ପ୍ରେମ ଦିଏ ପ୍ରେରଣା...ପ୍ରେମ କରାଏ ସାର୍ଥକ

ଏ ପ୍ରେମ ଶାଶ୍ଵତ ସନାତନ ସତ୍ୟ ଚିରନ୍ତନ,

ନିର୍ମଳ ହୃଦୟର ଅନାବିଳ ଆକର୍ଷଣ

ମନ ଆତ୍ମାର ଏକ ଅତୁଟ ପବିତ୍ର ବନ୍ଧନ

ସ୍ଥୂଳରେ ସୂକ୍ଷ୍ମରେ ସଂପର୍କକୁ ରଖେ ଅମ୍ଳାନ।

ପ୍ରେମର ତିନି ତ୍ରିଧାରା...ଏକଠୁ ଅନ୍ୟ ଅବିଚ୍ଛେଦ୍ୟ

ସେ ପ୍ରତୀକ୍ଷା...ପରୀକ୍ଷା ଆଉ ପ୍ରତିରକ୍ଷା,

ପରସ୍ପର ମଧ୍ୟରେ ରଖିଥିଲେ ସମନ୍ଵୟ

କେହି କେବେ କାହାକୁ କରେ ନାହିଁ ଉପେକ୍ଷା।

ଭାବ ବିନିମୟ କରିବାକୁ କେବେ ମିଳନ

କେବେ ବିଚ୍ଛେଦରେ କରିବାକୁ ହୁଏ ପ୍ରତୀକ୍ଷା,

ଭରସା ବିଶ୍ବାସର ଆଧାରରେ ଥାଏ ରହି

ଉତ୍ତୀର୍ଣ୍ଣ ହୁଏ ଦେଇ ଆଶଙ୍କାର ଅଗ୍ନି ପରୀକ୍ଷା।

ଆସିଲେ କେବେ ବିପତ୍ତି ବାଧା ବିଘ୍ନ 

ଅଖଣ୍ଡ ଧୈର୍ଯ୍ୟ ସାହସରେ କରେ ପ୍ରତିରକ୍ଷା,

ଅଯଥା ବ୍ୟସ୍ତ ବିବ୍ରତେ ହୁଏନା ଉତ୍ତେଜିତ

ଅବା କରେ ନାହିଁ କଦର୍ଯ୍ୟ କରି ତୁଚ୍ଛ ସମୀକ୍ଷା।

ପ୍ରେମ ଏକ ନିଷ୍ଠା ସାଧନାର ପରାକାଷ୍ଠା

ଆତ୍ମପ୍ରକାଶରେ କରିଥାଏ ନିଜକୁ ସେ ପ୍ରତିଷ୍ଠା,

ପ୍ରେମର ସ୍ଵାଦ ମହକ ସର୍ବଦା ମିଠା ମିଠା

ପ୍ରେମୀର ହୃଦୟେ ଜାଗ୍ରତ କରେ ଉତ୍କଣ୍ଠା।

ପ୍ରେମର ତ୍ରିଧାରା ତିନି କାଳେ ପ୍ରବାହିତ

ସବୁରି ଭିତରେ ରଖି ସମନ୍ଵୟ କରୁଥାଏ ହିତ,

ଚେତନାକୁ ରଖିଥାଏ ସର୍ବଦା ଜାଗ୍ରତ

ଦିଏ ନାହିଁ କେବେ କାହା ହୃଦୟରେ ଆଘାତ। 

ପ୍ରେମର ଅନ୍ୟ ଭିନ୍ନ ଯେତେ ବି ଅର୍ଥ

ଜୀବନକୁ କରେ ଦୁଃଖଦ ସବୁ ହୁଏ ବ୍ୟର୍ଥ,

ପ୍ରେମକୁ କଳୁଷିତ କଳଙ୍କିତ କରେ ସ୍ଵାର୍ଥ

ବାସ୍ତବରେ ପ୍ରେମ ହିଁ ଏ ସଂସାରର ପୁଣ୍ୟତୀର୍ଥ।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance