ତମେ ଓ ମୁଁ
ତମେ ଓ ମୁଁ
ମୁଁ ଅମାବାସ୍ୟା ରାତି
ତମେ ପୂର୍ଣ୍ଣମାସୀ ଜହ୍ନ ।
ଉତ୍ତର ର ଗନ୍ତାଘର ତମେ
ମୁଁ କ୍ଷୁଦ୍ର ଏକ ପ୍ରଶ୍ନଚିହ୍ନ।
ତମେ ସାଗର ର ଦୁର୍ବାର ଆକର୍ଷଣ
ମୁଁ ନଦୀର ଆତ୍ମ ସମର୍ପଣ।
ତମେ ନିଝୁମ ବର୍ଷାର ଛିଟା
ମୁଁ ଆତୁର ଚାତକ ର ମନ ।
ଯତି ମତି ହରା ଭ୍ରମର ମୁଁ
ତମେ ପୁଷ୍ପମଣ୍ଡିତ ଉପବନ ।
ଅମୁଲ୍ୟ ଦୁର୍ଲଭ ତମେ ଶାମୁକା ର ମୋତି
ମୁଁ ସାମାନ୍ୟ ଶିଳା ସମାନ।
ମୁଁ ଯାଯାବର ଭସା ବଉଦ
ତମେ ଖରା ର ପ୍ରଚଣ୍ଡ କିରଣ।
ମୁଁ ଶୂନ୍ୟତା ର ପରିଭାଷା
ତମେ ମୋ ଜୀବନ ରେ ପୂର୍ଣ୍ଣତା ର ପ୍ରାଣ ।