STORYMIRROR

Kabiratna Nutan Kumar Behera

Romance Classics Inspirational

4  

Kabiratna Nutan Kumar Behera

Romance Classics Inspirational

ପ୍ରେମ ଏକ ପରଶମଣି

ପ୍ରେମ ଏକ ପରଶମଣି

1 min
359


ଦେଖ ଭଲ ଭାବେ ସୂକ୍ଷ୍ମ ଦୃଷ୍ଟିରେ 

ତନ୍ନ ତନ୍ନ କରି ବିଚାର କର ନିଜ ହୃଦୟରୁ

ନଜର ଦେବ ଯାହାକୁ ଅଧିକରୁ ଅଧିକ 

ସେ ତୁମକୁ ଲାଗିବ ତୁମ ନିଜର

ସଂସାରରେ ପ୍ରେମ ଏକ ପରଶମଣି

ଯେଉଁଠି ତୁମର ସେ ସ୍ନେହର ପରଶ ଛୁଏଁ 

ବା ତାର ପରଶ ଛୁଉଁ ତୁମକୁ

ମନ ବୁଝିଗଲେ ହୃଦୟ ମାନି ଗଲେ

ସେ ତୁମକୁ ଲାଗିବ ନିଜର ଅତି ଆପଣାର

ନିଜ ଭିତରର ଏ ନିଷ୍ପାପ ପବିତ୍ର ଭାବନା

ଯା' ଚିରସ୍ରୋତା ନଦୀ ପରି 

ହୃଦୟ କନ୍ଦରରୁ ଝରୁଥାଏ ଅବିରତ 

ଦୁନିଆଁ ପ୍ରଚାର କରେ ତାର ନାମ 

ତା' ହିଁ ସାଧୁ ଶବ୍ଦରେ ପ୍ରେମ ବା ଭଲ ପାଇବା

ନିର୍ମଳ ଚିନ୍ତା ଚେତନାର ବିଚାର

ତା' ହୋଇଥାଏ ବିବେକ ଅନୁମୋଦିତ

ଏହି ଭାବ ଭାବନାରୁ ହିଁ

ମା'ଠୁ ମିଳେ ମମତା ବାପା'ଠୁ ଶ୍ରଦ୍ଧା

ନିଜ ଆତ୍ମୀୟସ୍ଵଜନଙ୍କ'ଠୁ ସ୍ନେହ ସରାଗ ଆଦର

ପ୍ରାଣପ୍ରିୟାଠାରୁ ମିଳିଥାଏ ପ୍ରୀତି

ପ୍ରେମ ଚିର ଅମର ସବୁଦିନ ଥାଏ ଅସରନ୍ତି 

ସଂସାରରେ ସବୁ ଏକ ଏକ ପରଶମଣି

ଯେଉଁଠି ତୁମର ଭଲ ପାଇବା ରହିବ ଯେତେ

ତୁମକୁ ବି ଭଲ ପାଉଥିବେ ସେଇଠି ସେତେ 

ଭାବିବେ ତୁମ ପ୍ରେମ ଏକ ପରଶମଣି

ସେଇ ପ୍ରକୃତ ପ୍ରେମରେ ହିଁ ସଂସାରକୁ ହୁଏ ଜିଣି 

ଭାବନା ନେଇ ମନରେ ଜାଗେ କାମନା  

ତଦନୁସାରେ ହୁଏ ପରିକଳ୍ପନା

କରେ ଜଣେ ଉଦ୍ୟମ ପ୍ରଚେଷ୍ଟାରେ ଶ୍ରମ ସାଧନା 

ନିଜ ଜ୍ଞାନ ବୁଦ୍ଧିର ବଳରେ ଲଭେ ସିଦ୍ଧି 

ଗଢ଼େ ନିର୍ମଳ ଚରିତ୍ର ପୂର୍ଣ୍ଣକରେ ମନସ୍କାମନା 

ପ୍ରକାଶ ପାଏ ତା' ବ୍ୟକ୍ତିତ୍ଵର ଆଦର୍ଶ

ତା' ହୋଇଯାଏ ତାର ଜୀବନର ଜୀବନୀ 

ଅନୁଭବରେ ପ୍ରେମ ଏକ ପରଶମଣି।

    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance