STORYMIRROR

Padmalaya Mishra

Romance Others

4  

Padmalaya Mishra

Romance Others

ଫଗୁଣ ଆସିଛି ଫେରି

ଫଗୁଣ ଆସିଛି ଫେରି

1 min
218


ଅଳତା ନାଇଚି ରାଧା କହ୍ନାଇ ପାଇଁ

କହ୍ନାଇ ରହିଛି ରାଧା ପାଦକୁ ଚାହିଁ

ବଇଁଶୀର ସୁର ଶୁଣି ରାଧିକା ବାଇ

ବାଧାବିଘ୍ନ ସବୁ ଟପି ଆସିଛି ଧାଇଁ ।।


ଯମୁନା ଜଳେ ରାଧା ଧୋଉଚି ପୟର

ଅଳତାର ରଙ୍ଗ ଦେଖି ନାଚେ ମୟୂର

କଦମ୍ବ କହେ ଯମୁନା ଭାଗ୍ୟ ପାଇଚୁ

ଅଳତା ରଙ୍ଗରେ ଆଜି ମଜ୍ଜି ଯାଇଚୁ ।।


କଦମ୍ବର ଡାଳେ ବସି ବଇଁଶୀ ବାଲା

ପ୍ରେମ ସୁର ବଜାଇ କରେ ମତୁଆଲା

ଗୋରା ପାଦ ରାଧାର ହୁଅଇ ଅଧୀର

ଚତୁର୍ଦ୍ଦିଗେ ଶୁଭଇ ପାଉଁଜି ଝଙ୍କାର ।।


ଗୋପପୁରେ ଆଜି ତ ପଡୁଅଛି ହୁରି

କଦମ୍ବ ବନେ ଫଗୁଣ ଆସିଛି ଫେରି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance