STORYMIRROR

Padmalaya Mishra

Abstract Inspirational Others

4  

Padmalaya Mishra

Abstract Inspirational Others

ମୁଁ.... ମୁଁ ନୁହେଁ

ମୁଁ.... ମୁଁ ନୁହେଁ

1 min
397

ମୁଁ... ମୁଁ ନୁହେଁ

-----------------


ତୁମେ ପୁରୁଷ ମୁଁ ପ୍ରକୃତି

ତୁମେ ଓଁକାର ମୁଁ ଶକ୍ତି

ତୁମେ ଓ ମୁଁ ପରିପୂରକ

ମୁଁ... ମୁଁ ନୁହେଁ

ମୁଁ ତୁମ ଅର୍ଦ୍ଧାଙ୍ଗ ।।


ତୁମେ ପିତା ମୁଁ ମାତା

ତୁମେ ପୁତ୍ର ମୁଁ ଦୁହିତା

ତୁମ ଅଂଶ ନିର୍ଣ୍ଣୟ କରେ

ପରିବାର ବୃକ୍ଷର ଉଚ୍ଚତା

ମୁଁ ତରଳ ସରଳ ବନୀତା ।।


ତୁମେ ସାଗର ମୁଁ ତଟିନୀ

ତୁମେ ମାନୀ ମୁଁ ଅଭିମାନିନୀ

ତୁମେ ପୁରୁଷକାର

ମୁଁ ଜାୟା ଜନନୀ ଭଗିନୀ

ସଜ୍ଞା ଭିନ୍ନ ଭିନ୍ନ କାରଣ ଏକ

ସ୍ନେହ ମମତା ପ୍ରେମ ଆଉ ସୃଜନୀ ।।


କିଏ କହିଲା....

ତୁମେ ଯନ୍ତ୍ରଣା ସହୁନ

ହଁ କିନ୍ତୁ କେବେ କିଛି କହୁନ

ନାରୀ ବୋଲି ସର୍ବଂସହା କହିବିନି

ତୁମକୁ ଯନ୍ତ୍ରଣା ତରାଜୁରେ ତଉଲିବିନି

ମୁଁ ଗର୍ଭକଷ୍ଟ ସହିଲି

ଦଶମାସ ଦଶଦିନ ଅଧିକା ଧରିଲି

ତୁମେ ବି ତ ପ୍ରତିକ୍ଷଣ ଭାବିଛ

ଦିନମାନ ଆଙ୍ଗୁଠିରେ ଗଣିଛ ।।


ମୁଁ ନାରୀ ବୋଲି ଗର୍ବିତ

କେବେ ଦେବୀ କେବେ ପତିତ

କେବେ ସହଚରୀ କେବେ ନିନ୍ଦିତ

ହେଲେ କହିବିନି ସବୁର କାରଣ ତୁମେ

କାନ୍ଦିବିନି ବାହୁନି

ନାରୀ ନାରୀର କରିଛି ମର୍ଯ୍ୟାଦା ହାନି ।।


ତୁମେ ପାଣ୍ଡବ ଧରିଛ ଗାଣ୍ଡୀବ

ମୁଁ ସେଇ ଯାଜ୍ଞସେନୀ

ଅପମାନିତ ଲାଞ୍ଛିତ ତଥାପି ହାରିନି

ତୁମେ ପୁରୁଷୋତ୍ତମ

ମୁଁ କିନ୍ତୁ ସର୍ବଦା ବନବାସିନୀ

ତଥାପି କେବେ କହିବିନି

ତୁମ ବିନା ଅକ୍ଳେଶରେ ବାଟ ଚାଲିବି

କାରଣ ମୁଁ... ମୁଁ ନୁହେଁ

ମୁଁ ତୁମ ଅର୍ଦ୍ଧାଙ୍ଗିନୀ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract