ଶେଷ ଦେଖା
ଶେଷ ଦେଖା


ତେବେ ଚାଲ
ଯିବା ଆଜି ପ୍ରିୟ ତୁମେ ଆଉ ମୁଁ
ଏଇ ବିବର୍ଣ୍ଣ ସଂଧ୍ୟାରେ ଶେଷ ସାକ୍ଷାତ ପାଇଁ..!
ସହରର ପୂର୍ବଭାଗସ୍ଥିତ କଫିହାଉସ
ଯେ' ଆମ ଭାରି ପ୍ରିୟତମ
ଜାଣିଛ , ଅତୀତରୁ ଏଯାଏଁ ଆମ ଫେରିବା ପଥ ଚାହିଁ
ତା' ଚାରିକାନ୍ଥ ବିମୁକ୍ତ ।
ସେଇଠି,ଗୋଟେ କୋଣରେ ଥୋଇଦେବା
ଯାବତ୍ ନିନ୍ଦା ଅପବାଦ ପଦ ମର୍ଯ୍ୟାଦା ମୁଖୋଟା
ଆଜି ସଂଧ୍ୟା କେବଳ ଆମର
ଆମ ଇତିହାସ ସ୍ମୃତି ଚାରଣ ବର୍ତ୍ତମାନ ଜୀଇଁବା କାରଣ ।
ଜାଣିଛ, ଅଂଧାରର ଗାଢ଼ତା ଜଳର ତରଳ୍ୟତା ଅଗ୍ନିର ଧର୍ମ ପରି ଅପରିବର୍ତ୍ତନୀୟ ତା' ପାଦଦେଶରେ ଗୀତ ଗାଉଥିବ ଆମାଜନ୍
ବଂଶୀ ବାହୁଥିବ ଉତ୍ତରା ପବନ
ଓ ନୃତ୍ୟରତ ଭସାମେଘ ଆଢୁଆଳର ଇର୍ଷାଳ
ୁ ଗଗନ ।
ତାଙ୍କୁ ଭେଟିବା, ଯଦିଓ ଚତୁଃପାର୍ଶ୍ଵେ ବାସ୍ନାୟିତ ସୁସ୍ୱାଦୁ ବ୍ୟଞ୍ଜନ
ଆମେ କିନ୍ତୁ ଏତେ ଶୀଘ୍ର ଛୁଇଁବାନି କିଛି
ଆଜି ଆମ ପାଖେ ଏଇ କେଇ ଘଡ଼ି ସମୟ ହିଁ ତ ଅଛି, ଦୁହିଁଙ୍କୁ ଭେଟିବା..।
ଭେଟିବା ଆଗରୁ ପ୍ରସ୍ତୁତ ହେବା ଜାଣିନେବା ନିଜକୁ
ସତରେ ସମୟ ଅଛି,ଆଜି ନିଜକୁ ଚିହ୍ନିବା
ଏ ମାନମୟୀ ସଂଧ୍ୟା ଦୁହିଁଙ୍କ ଆଖିରେ ହଜିବା ।
କିନ୍ତୁ ମୁଁ ଭଲଭାବେ ଜାଣେ ୟୈ ଅନ୍ତିମ ସମୟ
ଶେଷ ଦେଖା ପରେ ମୁଠାଏ ଶୂନ୍ୟତା ହିଁ ଚିର ସାଇତା ଆମ ଭିତରେ ।
ଆସ ପ୍ରିୟ
ଶେଷତମ ଚାଲ୍ ଚଲେଇବା ଜୀବନ ଜିଇଁବାକୁ
ବିଷଯୁକ୍ତ ବଳୟ ଭିତରେ ଶେଷଥର ହସିନେବା କଫି ଆଉ ବିସ୍କୁଟ,ପ୍ଲେଟ୍ ରୁ ସରିବା ପୂର୍ବରୁ ।