STORYMIRROR

Shiba Charan Mahapatra

Classics

4  

Shiba Charan Mahapatra

Classics

ନିଆଁ ଏକ ଛାୟାଚିତ୍ର

ନିଆଁ ଏକ ଛାୟାଚିତ୍ର

1 min
275

ଜଳିବାରେ ମଜା ଥାଏ,

ପତଙ୍ଗ ତୁ କହିପାରୁ ମୋତେ

କିଏ ବା କହିବ

କେଯାଏଁ ଜାଳିବ ବହ୍ନି କାହାକୁ ଯେ କେତେ ?


ଆକାଶ ତୋ ଛାତ ବୋଲି

ଖୋଲିଲି ହୃଦୟ ପଞ୍ଜୁରୀ ଭିତରୁ

ପଲକେ ଭୁଲିଲା ହୃଦ,

ଗୁଞ୍ଜିଦେଇ ମାଲିକାନା କେଜାଣି କା ହାତେ ।


ସେଦିନ ଚାରି ପ୍ରହର,

ଗୋପନେ ମୋ ଜଳିବାର ମୁକ ସାକ୍ଷୀ ଏକା

ଏ ଜହ୍ନ, ଫୁଲ ପ୍ରଜାପତି ନିଆଁ ପ୍ରତିରୂପ,

ଜଳି ଜଳି ଜାଳୁଥାନ୍ତି ନିଃସଙ୍ଗତେ ଯେତେ...!


ପରଖିଲି, ପାଣି ଏଠି ପାଣି ନୁହେଁ ଜ୍ଜଳନ ଇନ୍ଧନ

କେ କହିବ, ପାଣି ମିଶା ରକ୍ତ ନେଇ କେ ଜଳୁଛି କେତେ..?


କାହୁଁବା ଜାଣିବେ,

ଶବ ଅବା ଶିବ ଜଳେ ଶୂନ୍ୟ ମଶାଣିରେ

ଅଚିହ୍ନା ସହର,

ଜଙ୍ଗଲ ରେ ଘର ମୋର କେ ଜାଣିଛି ମୋତେ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics