STORYMIRROR

Shiba Charan Mahapatra

Others

3  

Shiba Charan Mahapatra

Others

ଝର୍କା ବାହାରେ

ଝର୍କା ବାହାରେ

1 min
233

ବନ୍ଦ କୋଠରୀ ଝର୍କା ବନ୍ଦ କରି ଶୋଇଛ, ଖୋଲିଦିଅ 

ହୁଏତ ବଞ୍ଚିବାକୁ ବାଟ କିମ୍ବା ଅମ୍ଳଜାନ ଥଳିଟିଏ ଖୋଲା ଝର୍କା ବାହାରେ..!


ହୁଏତ,ଦିଶିପାରେ ଜହ୍ନ ଦେହରୁ ଡିଆଁ ମାରି ଓହ୍ଲାଉ ଥିବା ଠେକୁଆ 

ହୁଏତ ଅନୁଭବିପାର ତୁମେ ଗଙ୍ଗଶିଉଳି ନିବିଡତା ବାସ୍ନା

ଝର୍କା ଖୋଲ, ହୁଏତ ପର୍ଦା ହଟିପାରେ ସନ୍ଦେହ ଅନ୍ଧକାରର 

ସ୍ୱଚ୍ଛ ଶୁଭିପାରେ ବିଶ୍ବାସ ବଂଶୀ ବାହୁଥିବା ଗାଈଆଳ ପିଲା ସ୍ୱର..!


ହୁଏତ ଜଣାପଡ଼ିବ ସାଏଁସାଏଁ ଗର୍ଜୁଥିବା ଜଙ୍ଗଲ ସେତେ ଭୟଙ୍କର ନୁହେଁ

ଯାହା ତୁମ କାନଭାସ୍ ଚିତ୍ରିତ,

ହୁଏତ କବିତାଟେ ଝୁଲୁଥିବ ତାଳବାହୁଙ୍ଗା ଫାଙ୍କରେ 

କିମ୍ବା ଇପ୍ସିତ ତାରା ଟିଏ ମାଟି ଛୁଇଁବା ଆଗରୁ ଅପେକ୍ଷାରତ ପୂର୍ଣ୍ଣ କରିବାକୁ

ସବୁଇଛା ତୁମର, ତେଣୁ ଝର୍କା ଖୋଲ..!!


ତୁମକୁ ଦେଖି ଧାଇଁ ଆସିଲେ ଉପରୋକ୍ତ ସମସ୍ତେ 

ଆତ୍ମିୟତା ବୁଣି ଗୋଟାପଣେ ଆଲଙ୍ଗିନେବ..!


ଯଦିଓ ଝର୍କା ବାହାରେ ଘନଘଟା ଅନ୍ଧାର, ବିଷାକ୍ତ ପବନ,ରକ୍ତପାତ, ମୁର୍ଦାରଙ୍କ ଭିଡ଼ ଯଦିଓ କିଛି ନଥାଉ,ତଥାପି ଝର୍କା ଖୋଲ

ଅଂତତଃ ବୁଝିଯିବ ତୁମେ

ବଂଦ କୋଠରୀ ବାହାରେ ଜୀବନ ଟେ ଅଛି,ନିଜ ଦୁନିଆ ବାହାରେ ଦୁନିଆଟେ ଅଛି..!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍