STORYMIRROR

Shiba Charan Mahapatra

Inspirational

4  

Shiba Charan Mahapatra

Inspirational

ମୃତ୍ୟୁ ଆଗରୁ

ମୃତ୍ୟୁ ଆଗରୁ

1 min
326


ଗନ୍ତବ୍ୟ ଆଉ କେତେ ଦୂର ପଚାରନା ପ୍ରିୟ

ହଁ ଏଇଠି ବିଶ୍ରାମ ଦିଅ ସବୁ ଅଣନିଃଶ୍ୱାସୀ ଦୈ।ଡ଼ 

ଭାରାକ୍ରାନ୍ତ ପାଦ..!


ଥୋଇଦିଅ ଶେଷତମ ଅଳଙ୍କାର 

ଆପଣାର ଅହଂ ଆଭୂଷଣ 

ମାଟି ଛାତିରେ 

ଶୂନ୍ୟ କରି ଦେହ ଝରାପତ୍ର ଶୋଇଯିବା ପରି..!


ଜାଣିରଖ 

ଏଇଠୁ ଆରମ୍ଭ ଅରଣ୍ୟ ପ୍ରବେଶ ପଥ

ହେଇପାରେ ଖୁବ୍ ଭୟଙ୍କର 

କିନ୍ତୁ ଆଜୀବନ ତୋ ସଙ୍ଗ ହିଂସ୍ର ବ୍ୟାଘ୍ର ଶ୍ୱାପଦ ଆଉ ସରୀସୃପଙ୍କର 

ତେବେ ଭୟ କ'ଣ ଯେ..!?


କାହା ଶୀର୍ଷକୁ ଦଳିଦେଇନି ତୁମ ତୃତୀୟ ପାଦ

ପାତାଳୀ ହୋଇନି କେହି ଦେବୀଜଣେ ତୁମ ନିଷ୍ପତ୍ତି ଛାଟରେ

ରକ୍ତ ନଦୀ କୂଳେ ବାହୁନି କାନ୍ଦୁନି କେହି ତୁମ କାରଣରେ 

ଯଦି ଭାବୁଥାଅ , ତେବେ ଭୟ କ'ଣ ଯେ..!?


ଅଛି ଯଦି ନିପାରିଲାପଣ ବ୍ୟଥା ଥୋଇଦିଅ ଫାଟକ ବାହାରେ

କିଏ ଖୋଜୁ ଅବା ନଖୋଜୁ ତୁମକୁ

ହିସାବ ରଖନି 

ପଛରେ କ'ଣ ଛାଡିଗଲ ,ଗଲା କଥା ସବୁ..!


ବାସ୍ ଝୁରୁଛ ଆଉ ଝାରୁଛ 

ତ ଏବେ ଝୁରିବା ଆଗରୁ ଝାରିଦିଅ ଆଶ୍ଵାସନା ଲୁହ 

କାହା ଦୁଃଖ କାନଭାସ୍ ତୁମ ମୃତ ଛବି ଆଙ୍କିବା ଆଗରୁ 

ବଞ୍ଚିଯାଅ ଜୀବନ ଥିବା ପରି..!


 (ଜଣେ ମଣିଷ ଅନେକ ଥର ମରିପାରେ,ଜୀବ ଚାଲିଗଲେ ଯେ କେବଳ ମୃତ୍ୟୁ ହୁଏ ତା'ନୁହଁ ବରଂ ମାନବିକତା ମୃତ୍ୟୁରେ ମଧ୍ୟ ମଣିଷ ବଞ୍ଚି ଥାଉଥାଉ ମରିଯାଇଥାଏ......>>>>)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational